ହଷ୍ଟେଲରେ କାହିଁକି ଝୁଲି ପଡ଼ିଲେ + ୩ ଛାତ୍ର?

ସୋନପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ହେଉଛନ୍ତି ରୁତୁରାଜ ସା। ତାଙ୍କ ଘର ବିନିକା ବ୍ଲକ କଣ୍ଟାପାଲି ଗାଁରେ। କିନ୍ତୁ ସେ ପଟାଭାଡି ସ୍ଥିତ ଭଡା ଘରେ ରହି ପାଠ ପଢ଼ୁଥିଲେ।

ହଷ୍ଟେଲରେ କାହିଁକି ଝୁଲି ପଡ଼ିଲେ + ୩ ଛାତ୍ର?

ହଷ୍ଟେଲରେ କାହିଁକି ଝୁଲି ପଡ଼ିଲେ କଲେଜ ଛାତ୍ର? ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପ୍ରେମ ପାଇଁ ଝୁଲିପଡ଼ିଥିବା ଅଭିଯୋଗ ହେଉଛି। ଏପରି ହୃଦୟବିଦାରକ ଘଟଣା ସୁବର୍ଣ୍ଣପୁରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସୋନପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ହେଉଛନ୍ତି ରୁତୁରାଜ ସା। ତାଙ୍କ ଘର ବିନିକା ବ୍ଲକ କଣ୍ଟାପାଲି ଗାଁରେ। କିନ୍ତୁ ସେ ପଟାଭାଡି ସ୍ଥିତ ଭଡା ଘରେ ରହି ପାଠ ପଢ଼ୁଥିଲେ। ଗୁରୁବାର ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଥିବାରୁ ସେଥିରେ ସେ ଯୋଗଦେଇଥିଲେ। ବିଦାୟ କାଳୀନ ଉତ୍ସବ ସରିବା ପରେ ସେ ରୁମ୍‌କୁ ଚାଲି ଯାଇଥିଲେ। ସାଥୀଙ୍କ କହିବା ଅନୁସାରେ ସେ ରାତିରେ ଶୀଘ୍ର ଶୋଇ ପଡ଼ିଥିଲେ। ହେଲେ ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁତୁରାଜଙ୍କ ରୁମ୍‌ର କବାଟ ଖୋଲିନଥିଲା। ତେଣୁ ତାଙ୍କ ପାଖକୁ ଫୋନ୍‌ କରିଥିଲେ ସହପାଠୀ। ହେଲେ ସେ ଫୋନ ରିସିଭ୍‌ କରିନଥିଲେ।

ରୁତୁରାଜ ଫୋନ୍‌ ନଉଠାଇବାରୁ ସାଥୀଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ଦେଖା କରିବା ପାଇଁ ରୁତୁରାଜ ରହୁଥିବା ଘରକୁ ଆସିଥିଲେ। ସେତେବେଳେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ସୋନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଆତ୍ମହତ୍ୟାର କରଣ ପ୍ରେମ ବୋଲି ସନ୍ଦେହ କରାଯାଉଛି। କାରଣ ସେ ପୂର୍ବରୁ ଜଣେ ଝିଅକୁ ପ୍ରେମ କରୁଥିବା ତାଙ୍କର ସହପାଠୀମାନେ କହିଛନ୍ତି।

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା