ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ପାରଳାଖେମୁଣ୍ଡି,୧୩ା୨(ଗିରିଧାରୀ ପରିଛା): ଗଜପତି ଜିଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଜିଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା ଜଣାପଡିଛି। ଅନ୍ବେଷାରେ ଛାତ୍ରୀଛାତ୍ର ଓ ସେଠାକାର କର୍ମଚରୀଙ୍କୁ ସାହୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହେବା ପରେ ଏହାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ସାହୁଙ୍କୁ ଅନ୍ବେଷା ଦାୟିତ୍ୱରୁ […] The post ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ appeared first on Dharitri Odia News.

ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ପାରଳାଖେମୁଣ୍ଡି,୧୩ା୨(ଗିରିଧାରୀ ପରିଛା): ଗଜପତି ଜିଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି।

ଜିଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା ଜଣାପଡିଛି। ଅନ୍ବେଷାରେ ଛାତ୍ରୀଛାତ୍ର ଓ ସେଠାକାର କର୍ମଚରୀଙ୍କୁ ସାହୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହେବା ପରେ ଏହାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ସମୟରେ ସାହୁଙ୍କୁ ଅନ୍ବେଷା ଦାୟିତ୍ୱରୁ ହଟାଯାଇ ବଦଳି କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଏହାର ତଦନ୍ତ ଲାଗି ମଙ୍ଗଳ ଅଧିକାରୀ ୨ଟି ପୃଥକ୍‌ ପୃଥକ୍‌ ଟିମ୍‌ ଗଠନ କରିଥିଲେ। ଟିମ୍‌ ଅଭିଯୋଗର ତଦନ୍ତ କରି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା। ତଦନ୍ତ ବେଳେ ଅନେକ ଅଭିଯୋଗର ସତ୍ୟତା ଥିବା ଟିମ୍‌ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହାକୁ ଭିତ୍ତିକରି ଜିଲାପାଳ ଦାଶ ସୁପରିଟେଣ୍ଡେଣ୍ଟ ସାହୁଙ୍କୁ ନିଲମ୍ବନ କରିଛନ୍ତି।

The post ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ appeared first on Dharitri Odia News.