ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ…

ଢାକା,୮।୧ : ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନ ବହିଷ୍କାର ମଧ୍ୟରେ ନିର୍ବାଚନ ଆୟୋଗ ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବା ନିଶ୍ଚିତ କରିଛନ୍ତି। ଏହା ସହ ଶେଖ ହସିନା ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୪୦ ପ୍ରତିଶତ ମତଦାନ ହୋଇଥିଲା। ଲଗାତାର […] The post ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ… appeared first on Dharitri Odia News.

ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ…

ଢାକା,୮।୧ : ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନ ବହିଷ୍କାର ମଧ୍ୟରେ ନିର୍ବାଚନ ଆୟୋଗ ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବା ନିଶ୍ଚିତ କରିଛନ୍ତି। ଏହା ସହ ଶେଖ ହସିନା ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି।

ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୪୦ ପ୍ରତିଶତ ମତଦାନ ହୋଇଥିଲା। ଲଗାତାର ପଞ୍ଚମ ଥର ପାଇଁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦବୀରେ ରହିବେ। ଗୋପାଳଗଞ୍ଜ -୩ ନିର୍ବାଚନମଣ୍ଡଳୀରୁ ଅଷ୍ଟମ ଥର ପାଇଁ ଆୱାମୀ ଲିଗ ମୁଖ୍ୟ ଶେଖ ହସିନା ସଂସଦକୁ ନିର୍ବାଚିତ ହୋଇଛନ୍ତି।

୭୬ ବର୍ଷୀୟ ହାସିନା ୨୪୯,୯୬୫ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ ପାର୍ଟିର ମି ନିଜାମୁଦ୍ଦିନ ଲଶ୍କର ମାତ୍ର ୪୬୯ ଭୋଟ ପାଇଛନ୍ତି। ହସିନା ପୂର୍ବରୁ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୨୦୦୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ସେ ଶ୍ରୀଲଙ୍କାର ଭଣ୍ଡାରାଣାଇକେ ଏବଂ ଭାରତର ଇନ୍ଦିରା ଗାନ୍ଧୀଙ୍କ ପରି ମହିଳା ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି। ହସିନାଙ୍କ ଭଳି ସିରିମାଭୋ ଭଣ୍ଡାରାଣାଇକେ ୧୭ ବର୍ଷ ୨୦୮ ଦିନ, ଇନ୍ଦିରା ଗାନ୍ଧୀ ୧୬ ବର୍ଷ ୧୫ ଦିନ ଏବଂ ମାର୍ଗାରେଟ ଥାଚର ୧୧ ବର୍ଷ ୨୦୮ ଦିନ ପାଇଁ ପ୍ରଧାନମନ୍ତ୍ରୀ ରହଥିଲେ।

The post ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ… appeared first on Dharitri Odia News.