ହସ୍ପିଟାଲରେ ସତ୍ୟପାଲ ମଲିକ୍‌‌ଙ୍କ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ମେ ୧୧ରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କ ଅବସ୍ଥା ଏବେ ଗମ୍ଭୀର। ଜମ୍ମୁ-କଶ୍ମୀରର କିରୁ ହାଇଡ୍ରୋପାୱାର ପ୍ରୋଜେକ୍ସ ସହିତ ଜଡିତ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍‌‌ ଦାଖଲ କରାଯିବା ପରେ ସେ ମୁହଁ ଖୋଲିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ବେଶ୍‌‌ ଭାବପ୍ରବଣ ହୋଇ ପୋଷ୍ଟ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ସେ […]

ହସ୍ପିଟାଲରେ ସତ୍ୟପାଲ ମଲିକ୍‌‌ଙ୍କ ସ୍ଥିତି ଗମ୍ଭୀର
Satyapal Maliks condition is critical in the hospital

ନୂଆଦିଲ୍ଲୀ: ମେ ୧୧ରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କ ଅବସ୍ଥା ଏବେ ଗମ୍ଭୀର। ଜମ୍ମୁ-କଶ୍ମୀରର କିରୁ ହାଇଡ୍ରୋପାୱାର ପ୍ରୋଜେକ୍ସ ସହିତ ଜଡିତ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍‌‌ ଦାଖଲ କରାଯିବା ପରେ ସେ ମୁହଁ ଖୋଲିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ବେଶ୍‌‌ ଭାବପ୍ରବଣ ହୋଇ ପୋଷ୍ଟ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଗତ ମାସେ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଛି ଓ କିଡ୍‌ନୀ ଜନିତ ସମସ୍ୟା ଦେଇ ଗତି କରୁଛି। ପହରଦିନ ଠିକ୍‌‌ ଥିଲି, କିନ୍ତୁ ଆଜି ପୁଣି ଆଇସିୟୁରେ ଭର୍ତ୍ତି ହୋଇଛି। ବେଳକୁ ବେଳ ସ୍ୱାସ୍ଥ୍ୟାବସ୍ଥାନ ଗମ୍ଭୀର ହେବାରେ ଲାଗିଛି। କାଲି ଦୁନିଆରେ ଥିବି କି ନ ଥିବି, ସେଥିପାଇଁ ଦେଶବାଶୀଙ୍କୁ ସତ କଥା କହିବାକୁ ଚାହୁଁଛି। ମୋ ପାଖରେ ଅର୍ଥ ଥିଲେ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରାଇଥାନ୍ତି। ଯେଉଁ ମାମଲାରେ ମୋତେ ଫସାଯାଉଛି, ସେହି ଟେଣ୍ଡରକୁ ଅକାମୀ କରିଥିଲି। ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲି। ରାଜ୍ୟପାଳ ଥିବା ବେଳେ ମୋତେ ୧୫୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଥିଲା। କିନ୍ତୁ ଏହାକୁ ଗ୍ରହଣ କରି ନଥିଲି। ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ବିନା ରାଜନୈତିକ ଅଭିସନ୍ଧିରେ ଚାଷୀଙ୍କର ଦାବିକୁ ଗୁରୁତ୍ୱ ଦେଇଥିଲି। ସେହିପରି ମହିଳା ମୁଷ୍ଟିଯୋଦ୍ଧା ଆନ୍ଦୋଳନରେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲି। ସେହିପରି ପୁଲୱାମା ମାମଲାରେ ସହିଦ ସୈନ୍ୟଙ୍କ କଥା ଉଠାଇଥିଲି। ତେଣୁ ସରକାର ମୋ ବିରୋଧରେ ଷଢ଼ଯନ୍ତ୍ର କରିଛନ୍ତି। କିନ୍ତୁ ମୁଁ ଡରିବା କିମ୍ବା ମୁଣ୍ଡ ନଇଁବା ଲୋକ ନୁହଁ। ସରକାର ମୋତେ ବଦନାମ କରିବାକୁ ପ୍ରୟାସ କରୁଛନ୍ତି ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଥାଉ କି, ଗତ ମେ ୨୨ରେ ସିବିଆଇ ସତ୍ୟପାଲଙ୍କ ସହ ଆଉ ୫ଜଣଙ୍କ ବିରୋଧରେ କିରୁ ହାଇଡ୍ରୋପାୱାର ପ୍ରୋଜେକ୍ସ ସହିତ ଜଡିତ ଦୁର୍ନୀତି ମାମଲାରେ ଚାର୍ଜସିଟ୍‌‌ ଦାଖଲ କରିଥିଲା। ଏଥିରେ ପାଖାପାଖି ୨, ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅନୁମାନ କରାଯାଉଛି।