ହସ୍ପିଟାଲ୍ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ସ୍କୁଲଗୁଡିକୁ ବୋମା ପକାଇ ଉଡାଇ ଦେବା ଧମକ ଆସିବା ପରେ ଏବେ ଦୁଇଟି ହସ୍ପିଟାଲ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି। ଏଥର ମଧ୍ୟ ଧମକ ଦେଉଥିବା ବ୍ୟକ୍ତି ପୁରୁଣା ଢାଞ୍ଚାର ପୁନରାବୃତ୍ତି ପାଇଁ ଏକ ଇମେଲ ପଠାଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଧମକପୂର୍ଣ୍ଣ ମେଲ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ଏବଂ ବୁରାରି ହସ୍ପିଟାଲକୁ ଆସିଛି। ପୋଲିସ ବ୍ୟତୀତ ଅଗ୍ନିଶମ ବିଭାଗର ଟିମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଡାକ୍ତରଖାନାଠାରୁ ଅଭିଯୋଗ […] The post ହସ୍ପିଟାଲ୍ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି appeared first on Dharitri Odia News.
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ସ୍କୁଲଗୁଡିକୁ ବୋମା ପକାଇ ଉଡାଇ ଦେବା ଧମକ ଆସିବା ପରେ ଏବେ ଦୁଇଟି ହସ୍ପିଟାଲ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି। ଏଥର ମଧ୍ୟ ଧମକ ଦେଉଥିବା ବ୍ୟକ୍ତି ପୁରୁଣା ଢାଞ୍ଚାର ପୁନରାବୃତ୍ତି ପାଇଁ ଏକ ଇମେଲ ପଠାଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଧମକପୂର୍ଣ୍ଣ ମେଲ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ଏବଂ ବୁରାରି ହସ୍ପିଟାଲକୁ ଆସିଛି। ପୋଲିସ ବ୍ୟତୀତ ଅଗ୍ନିଶମ ବିଭାଗର ଟିମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଡାକ୍ତରଖାନାଠାରୁ ଅଭିଯୋଗ ପାଇବା ପରେ ପୋଲିସ, ଅଗ୍ନିଶମ ବିଭାଗ ବ୍ୟତୀତ ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରଖାନାରେ ସର୍ଚ୍ଚ ଅପରେଶନ ଚାଲିଛି। ତେବେ ଏପର୍ଯ୍ୟନ୍ତ ଡାକ୍ତରଖାନା ପରିସରରୁ କୌଣସି ସନ୍ଦେହଜନକ ତଥ୍ୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଗତ ମେ ୧ ସକାଳେ ୨୨୩ଟି ସ୍କୁଲକୁ ଇ-ମେଲ ପଠାଯାଇଛି ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଥିଲା।
The post ହସ୍ପିଟାଲ୍ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି appeared first on Dharitri Odia News.