ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍; ୭ ମୃତ
ନାସିକ,୨।୨: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ଟି ପଡ଼ିବା ମାତ୍ରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […] The post ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍; ୭ ମୃତ appeared first on Dharitri Odia News.
ନାସିକ,୨।୨: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ଟି ପଡ଼ିବା ମାତ୍ରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବସ୍ଟି ଭକ୍ତଙ୍କୁ ନେଇ ପ୍ରୟାଗରାଜର ମହାକୁମ୍ଭରୁ ଆସୁଥିଲା। ସେଠାରୁ ଗୁଜରାଟର ଧାର୍ମିକ ସ୍ଥଳ ପରିଦର୍ଶନକ କରିବାକୁ ଯାଉଥିଲା। ଏହି ସମୟରେ ସାପୁତାରର ମାଲେଗାଓଁ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନାନୁଯାୟୀ, ସକାଳ ପ୍ରାୟ ସାଢ଼େ ୫ଟାରେ ନାସିକ-ସୁରଟ ରାଜପଥର ସାପୁତାରା ଘାଟ ନିକଟରେ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ୍ ଗଭୀର ଘାଟିରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ଚିତ୍କାର ଏବଂ ପାଟିତୁଣ୍ଡରେ ଆଖପାଖ ଅଞ୍ଚଳ ଫାଟି ପଡ଼ିଥିଲା। ପାଖରେ ଥିବା ଲୋକେ ବସ୍ ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ। ପୋଲିସକୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର। କୁମ୍ଭମେଳା ପରେ ସେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ଯାଇଥିଲେ। ଏହା ପରେ ସେ ଦେବ ଦର୍ଶନ ଲାଗି ଗୁଜରାଟ ଯାଉଥିଲେ।
The post ହାଇଓ୍ବେରେ ଭୟଙ୍କର ଦୁର୍ଘଟଣା…୨୦୦ ଫୁଟ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ବସ୍; ୭ ମୃତ appeared first on Dharitri Odia News.