ହାଇକୋର୍ଟରେ ପହଞ୍ଚିଲେ ଦିଶା ସାଲିଆନଙ୍କ ବାପା, ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ କରିବାକୁ କଲେ ଦାବି

ନୂଆଦିଲ୍ଲୀ ୨୦।୦୩; ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ଦିଶାଙ୍କ ବାପା ସତୀଶ ସାଲିଆନ ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି । ସେ ଦାବି କରିଛନ୍ତି କି, ତାଙ୍କ ଝିଅ ହତ୍ୟା ମାମଲାର ତଦନ୍ତ ପୁଣି ଥରେ ହେଉ । ଏହାସହ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । ରିପୋର୍ଟ ମୁତାବକ ସାଲିଆନଙ୍କ ବାପା ଅଭିଯୋଗ କରିଛନ୍ତି କି, ଦିଶାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା, ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ପଛରେ ଅନେକ ପ୍ରଭାବଶାଳୀ ଲୋକଙ୍କର ହାତ ରହିଛି । ସେମାନଙ୍କୁ ବଞ୍ଚାଇବା ପାଇଁ ଏହି ମାମଲାକୁ ରାଜନୈତିକ ରୂପ ଦେଇ ଷଡଯନ୍ତ୍ର କରାଯାଇଛି । ଏବେ ତାଙ୍କ ଝିଅର ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସତୀଶ ସାଲିଆନ ହାଇକୋର୍ଟରେ ଆବେଦନ କରିଛନ୍ତି।ଶିବସେନା ନେତା ସଞ୍ଜୟ ରାଉତ ଦିଶା ସାନିଆଲଙ୍କ ପିତାଙ୍କ ଅଭିଯୋଗ ଉପରେ ଏକ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି କି, ଏହା ହତ୍ୟା ନୁହେଁ ବରଂ ଦୁର୍ଘଟଣା ଥିଲା । ୫ ବର୍ଷ ପରେ ଯଦି ଅଭିଯୋଗ କରାଯାଉଛି ତେବେ ଏହି ଅଭିଯୋଗ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଭଳି ଲାଗୁଛି କି ? ବରଂ ଆଦିତ୍ୟ ଠାକରେଙ୍କୁ ବଦନାମ କରିବାକୁ ପ୍ରୟାସ ଚାଲିଛି। ଦିଶା ସାଲିଆନଙ୍କ ବାପାଙ୍କ ପଛରେ କେହି ଜଣେ ଅଛନ୍ତି ।ସୂଚନା ଥାଉ କି, ୨୦୨୦ ଜୁନ ୮

ହାଇକୋର୍ଟରେ ପହଞ୍ଚିଲେ ଦିଶା ସାଲିଆନଙ୍କ ବାପା, ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ କରିବାକୁ କଲେ ଦାବି

ନୂଆଦିଲ୍ଲୀ ୨୦।୦୩; ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ଦିଶାଙ୍କ ବାପା ସତୀଶ ସାଲିଆନ ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି । ସେ ଦାବି କରିଛନ୍ତି କି, ତାଙ୍କ ଝିଅ ହତ୍ୟା ମାମଲାର ତଦନ୍ତ ପୁଣି ଥରେ ହେଉ । ଏହାସହ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । 

ରିପୋର୍ଟ ମୁତାବକ ସାଲିଆନଙ୍କ ବାପା ଅଭିଯୋଗ କରିଛନ୍ତି କି, ଦିଶାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା, ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ପଛରେ ଅନେକ ପ୍ରଭାବଶାଳୀ ଲୋକଙ୍କର ହାତ ରହିଛି । ସେମାନଙ୍କୁ ବଞ୍ଚାଇବା ପାଇଁ ଏହି ମାମଲାକୁ ରାଜନୈତିକ ରୂପ ଦେଇ ଷଡଯନ୍ତ୍ର କରାଯାଇଛି । ଏବେ ତାଙ୍କ ଝିଅର ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସତୀଶ ସାଲିଆନ ହାଇକୋର୍ଟରେ ଆବେଦନ କରିଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତ ଦିଶା ସାନିଆଲଙ୍କ ପିତାଙ୍କ ଅଭିଯୋଗ ଉପରେ ଏକ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି କି, ଏହା ହତ୍ୟା ନୁହେଁ ବରଂ ଦୁର୍ଘଟଣା ଥିଲା । ୫ ବର୍ଷ ପରେ ଯଦି ଅଭିଯୋଗ କରାଯାଉଛି ତେବେ ଏହି ଅଭିଯୋଗ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଭଳି ଲାଗୁଛି କି ? ବରଂ ଆଦିତ୍ୟ ଠାକରେଙ୍କୁ ବଦନାମ କରିବାକୁ ପ୍ରୟାସ ଚାଲିଛି। ଦିଶା ସାଲିଆନଙ୍କ ବାପାଙ୍କ ପଛରେ କେହି ଜଣେ ଅଛନ୍ତି ।

ସୂଚନା ଥାଉ କି, ୨୦୨୦ ଜୁନ ୮ ତାରିଖରେ ଏକ କୋଠାର ୧୪ ତମ ମହକାରୁ ଖସିପଡି ଦିଶାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଆଧାରରେ ମାମଲା ରୁଜୁ କରିଥିଲା । ଦିଶା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଥିଲେ । ଦିଶାଙ୍କ ମୃତ୍ୟୁର ୬ଦିନ ପରେ ସୁଶାନ୍ତ ସିଂଙ୍କ ମୃତଦେହ ତାଙ୍କ ଆପର୍ଟମେଣ୍ଟରୁ ମିଳିଥିଲା ।