ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସରକାରଙ୍କ ୟୁ-ଟର୍ଣ୍ଣ, କାଲି ନା କରିଥିଲେ ଆଜି କହିଲେ ଦାବି ବିଚାରାଧୀନ
ଭୁବନେଶ୍ୱର ୦୩/୦୯: ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗରେ ରାଜନୀତି ହଲଚଲ । ବିଶେଷକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ ପରେ ତେଜିଛି ରାଜନୀତି । କାରଣ ୨୪ ଘଣ୍ଟା ପୂର୍ବେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଦ୍ୱିତୀୟ ହାଇକୋର୍ଟ ଆବଶ୍ୟକ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କହିଥିଲେ କି ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ରଖିଥିଲେ । ତେବେ ଏହାକୁ ନେଇ ରାଜନୀତି ଜୋର୍ ହୋଇଥିଲା । ବିଜେଡି କଂଗ୍ରେସ ପ୍ରତିବାଦ କରିବା ସହ କିଛି ବିଜେପି ବିଧାୟକ ବି ସହମତି ଜଣାଇଥିଲେ । ହେଲେ ନିଷ୍ପତ୍ତି ଜଣାଇବାର କିଛି ସମୟ ଅର୍ଥାତ୍ ୨୪ ଘଣ୍ଟା ପରେ ସରକାର ଦେଇଛନ୍ତି ୟୁ-ଟର୍ଣ୍ଣ । ମାନେ କହିବାକୁ ଗଲେ ଏବେ ନିଜେ କହିଥିବା କଥାକୁ ଚେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମାମଲା ଏବେ ବିଚାରାଧୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା । କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଛି ଯେ ହାଇକୋର୍ଟ ବେଞ୍ଚ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଧ ପରିକର ବୋଲି ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଏହାକୁ ଆରମ୍ଭ ହୋ
ଭୁବନେଶ୍ୱର ୦୩/୦୯: ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗରେ ରାଜନୀତି ହଲଚଲ । ବିଶେଷକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ ପରେ ତେଜିଛି ରାଜନୀତି । କାରଣ ୨୪ ଘଣ୍ଟା ପୂର୍ବେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଦ୍ୱିତୀୟ ହାଇକୋର୍ଟ ଆବଶ୍ୟକ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କହିଥିଲେ କି ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ରଖିଥିଲେ । ତେବେ ଏହାକୁ ନେଇ ରାଜନୀତି ଜୋର୍ ହୋଇଥିଲା ।
ବିଜେଡି କଂଗ୍ରେସ ପ୍ରତିବାଦ କରିବା ସହ କିଛି ବିଜେପି ବିଧାୟକ ବି ସହମତି ଜଣାଇଥିଲେ । ହେଲେ ନିଷ୍ପତ୍ତି ଜଣାଇବାର କିଛି ସମୟ ଅର୍ଥାତ୍ ୨୪ ଘଣ୍ଟା ପରେ ସରକାର ଦେଇଛନ୍ତି ୟୁ-ଟର୍ଣ୍ଣ । ମାନେ କହିବାକୁ ଗଲେ ଏବେ ନିଜେ କହିଥିବା କଥାକୁ ଚେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମାମଲା ଏବେ ବିଚାରାଧୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା ।
କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଛି ଯେ ହାଇକୋର୍ଟ ବେଞ୍ଚ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଧ ପରିକର ବୋଲି ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଏହାକୁ ଆରମ୍ଭ ହୋଇଛି ତମ୍ବିତୋଫାନ । ବିରୋଧୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ବିଭ୍ରାନ୍ତିକର ଲାଗିଲା । କିଛି ସ୍ପଷ୍ଟ କରି ପାରି ନାହାନ୍ତି ମୁଖ୍ୟମନ୍ତ୍ରୀ ।
କହିବାକୁ ଗଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରାଜ୍ୟରେ ଏକ ଚର୍ଚ୍ଚିତ ଓ ପୁରୁଣା ଦାବି । ଗତ ବିଜେଡି ସରକାର ଅମଳରେ ବି ଉଠିଥିଲା ଏହି ପ୍ରସଙ୍ଗ । ନିଷ୍ପତ୍ତି ନହେବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ଆଇନଜୀବୀ । ପଲ୍ଲୀରୁ ଦିଲ୍ଲୀ ଦୋହଲିଥିଲା । ଆଇନଜୀବୀଙ୍କ ଆନ୍ଦୋଳନରେ ଠପ୍ ହୋଇଯାଇଥିଲା କୋର୍ଟ କାର୍ଯ୍ୟ । ଆଇନଜୀବୀଙ୍କ ଆନ୍ଦୋଳନକୁ ସହମତି ଜଣାଇଥିଲେ ଅନେକ ନେତା । ନିଆଁ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଯାଏଁ ବ୍ୟାପିଥିଲା । ଗତ ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆନ୍ଦୋଳନ କିଛି ମାତ୍ରାରେ କମାଇଥିଲା । ସୁପ୍ରିମକୋର୍ଟ କହିଥିଲେ, ଏବେ ଟେକ୍ନୋଲୋଜିର ଯୁଗ।
ଅନଲାଇନ ଯୋଗେ କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ କେସ୍ ଫାଇଲ୍ ହୋଇପାରିବ। ଭର୍ଚୁଆଲରେ ଶୁଣାଣି ହୋଇପାରିବ। ତେଣୁ କୌଣସି ସ୍ଥିତିରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦରକାର ନାହିଁ । ଆଉ ବିଧାନସଭାରେ ମୁଖ୍ୟମନ୍ତ୍ରୀ, ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବା ଉତ୍ତର ଦେବା ପରେ ବିଭିନ୍ନ ଓକିଲ ସଂଘଙ୍କ ପକ୍ଷରୁ ଆସୁଛି ପ୍ରତିକ୍ରିୟା। ଏବେ ପୁଣିଥରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ।