ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର : ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଟକରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଗତ ସରକାର ରାଜ୍ୟରେ ଅନେକ କିଛି ତ୍ରୁଟି କରିଛନ୍ତି । ଆବଶ୍ୟକ ଅନୁସାରେ ତାର ସଂଶୋଧନ କରାଯିବ । ବେଆଇନ୍ ମଦ କାରବାର ରୋକିବା ଦିଗରେ କାମ କରାଯିବ । ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର […]

ଭୁବନେଶ୍ୱର : ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଟକରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଗତ ସରକାର ରାଜ୍ୟରେ ଅନେକ କିଛି ତ୍ରୁଟି କରିଛନ୍ତି । ଆବଶ୍ୟକ ଅନୁସାରେ ତାର ସଂଶୋଧନ କରାଯିବ । ବେଆଇନ୍ ମଦ କାରବାର ରୋକିବା ଦିଗରେ କାମ କରାଯିବ । ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଆଯାଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଅନ୍ୟପଟେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ନେଇ ଆଜି ଆଇନ ମନ୍ତ୍ରୀ କରିବେ ସମୀକ୍ଷା । ଅପରାହ୍ନ ୫ଟାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବୈଠକରେ ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ପ୍ରଶାସନର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।
ଚାରି ଦିନ ଛୁଟି ସହ ରଜ ଯୋଗୁଁ ଶ୍ରୀମନ୍ଦିରରେ ଭିଡ଼ ବଢ଼ିଥିଲା। ତେଣୁ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇପାରିବ ଏବଂ ଏନେଇ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା କରିବେ ପୃଥ୍ବୀରାଜ । ଏଥିସହ ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ।