ହାଇକୋର୍ଟଙ୍କ ବଡ ରାୟ, ‘ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ’

ଅମରାବତୀ,୧୨।୩: POCSO ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ। ଏଥିସହ ଏହି ମାମଲାର ୨୧ବର୍ଷର ଅଭିଯୁକ୍ତ ତଥା ଯାଚିକାକର୍ତ୍ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ଘଟଣା ହେଉଛି, ପୋଲିସ ଜଣେ କିଶୋରୀଙ୍କ ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କ ବିରୋଧରେ POCSO ସମେତ ଅନେକ ଧାରା ରୁଜୁ କରିଥିଲା। ପରେ ଯୁବକଙ୍କୁ ଗିରଫ କରିଥିଲା। […] The post ହାଇକୋର୍ଟଙ୍କ ବଡ ରାୟ, ‘ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ’ appeared first on Dharitri Odia News.

ହାଇକୋର୍ଟଙ୍କ ବଡ ରାୟ, ‘ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ’

ଅମରାବତୀ,୧୨।୩: POCSO ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ। ଏଥିସହ ଏହି ମାମଲାର ୨୧ବର୍ଷର ଅଭିଯୁକ୍ତ ତଥା ଯାଚିକାକର୍ତ୍ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି।

ଘଟଣା ହେଉଛି, ପୋଲିସ ଜଣେ କିଶୋରୀଙ୍କ ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କ ବିରୋଧରେ POCSO ସମେତ ଅନେକ ଧାରା ରୁଜୁ କରିଥିଲା। ପରେ ଯୁବକଙ୍କୁ ଗିରଫ କରିଥିଲା। ଯାହାକୁ ନେଇ ଯୁବକଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ମାମଲାର ଶୁଣାଣି ସମୟରେ ଜାଣିବାକୁ ପାଇଛନ୍ତି କି, ୧୬ବର୍ଷିୟ କିଶୋରୀ ଜଣକ ଯାଚିକାକର୍ତ୍ତାଙ୍କୁ ଭଲ ପାଉଥିଲେ। ଘରେ ପ୍ରେମ ସମ୍ପର୍କ ସମ୍ବନ୍ଧରେ ଜଣାପଡିବାରୁ ଘରଲୋକେ କିଶୋରୀ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ କିଶୋରୀଜଣକ ବିଷ ଖାଇବାକୁ ମଧ୍ୟ ପଛାଇ ନ ଥିଲେ। ମେଡିକାଲରୁ ସୁସ୍ଥ ହେବା ପରେ ଯୁବକଜଣକ କିଶୋରୀଙ୍କୁ ନେଇ ମନ୍ଦିରରେ ବିବାହ କରିଥିଲେ। ପରେ କିଶୋରୀଙ୍କ ଘର ପକ୍ଷରୁ ଯୁବକଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବା ଜାଣି ସେ ନିଜେ କିଶୋରୀଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଥିଲେ।

The post ହାଇକୋର୍ଟଙ୍କ ବଡ ରାୟ, ‘ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ’ appeared first on Dharitri Odia News.