ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି କଲେ

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ସମାନ ନାମ ଥାଇ ଦୁଇ ଜଣ ବ୍ୟକ୍ତି ସାହିତ୍ୟ କ୍ଷେତ୍ରରେ ଘୋଷିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି ରଖିଛନ୍ତି । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଉଭୟଙ୍କୁ ହାଇକୋର୍ଟରେ ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ । ୨୦୨୩ ମସିହାରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାମ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ପାଇଁ ପଦ୍ମଶ୍ରୀ ପୁରସ୍କାର […] The post ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି କଲେ appeared first on KNews Odisha.

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି କଲେ
highcourt

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ସମାନ ନାମ ଥାଇ ଦୁଇ ଜଣ ବ୍ୟକ୍ତି ସାହିତ୍ୟ କ୍ଷେତ୍ରରେ ଘୋଷିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି ରଖିଛନ୍ତି । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଉଭୟଙ୍କୁ ହାଇକୋର୍ଟରେ ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ । ୨୦୨୩ ମସିହାରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାମ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ପାଇଁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିଲା । ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ସାମ୍ବାଦିକ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ତେବେ ସେ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର ନୁହେଁ ବୋଲି ହାଇକୋର୍ଟରେ ଏକ ପିଟିସନ କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ଡାକ୍ତର । ତାଙ୍କର ୨୯ ଟି ଓଡ଼ିଆ ପୁସ୍ତକ ଓ ଅନ୍ୟ ଭାଷାର ପୁସ୍ତକ ପ୍ରକାଶିତ ହୋଇଛି । ଏ ନେଇ ସେ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷ କରି ଏହି ମାମଲା କରିଥିଲେ । ପଦ୍ମଶ୍ରୀ ଘୋଷଣା ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମସ୍ତ ପ୍ରକାର ତନଖି କାର୍ଯ୍ୟ ହେଉଥିବାରୁ ଏଭଳି ଦାବି ପ୍ରସଙ୍ଗରେ ହାଇକୋର୍ଟ ମାମଲାର ଶୁଣାଣି ସମୟରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତେଣୁ ଆସନ୍ତା ୨୪ ତାରିଖ ଅପରାହ୍ନ ୨ ଟାରେ ଉଭୟ ଅନ୍ତର୍ଯ୍ୟାମୀ ମିଶ୍ର ନିଜ ନିଜର ସାହିତ୍ୟ କୃତୀ ସହିତ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି କଲେ appeared first on KNews Odisha.