ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍‌ ଟଙ୍କା କରାଇଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ସୋମବାର ଠିକାଦାର ଦେବରଞ୍ଜନ ସୁବର୍ଣ୍ଣପୁର ଅଫିସ ପ୍ରକୋଷ୍ଠରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ […] The post ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ appeared first on Dharitri Odia News.

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍‌ ଟଙ୍କା କରାଇଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ, ସୋମବାର ଠିକାଦାର ଦେବରଞ୍ଜନ ସୁବର୍ଣ୍ଣପୁର ଅଫିସ ପ୍ରକୋଷ୍ଠରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ୪୬ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗୀୟ ଅଧିକାରୀ ମାଡି ବସି ଲାଞ୍ଚ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଏକକାଳୀନ ୬ଟି ଜାଗାରେ ଚଢ଼ାଉ ଜାରି ରହିଛି।

The post ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ appeared first on Dharitri Odia News.