ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା
ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା ସମୟରେ ଏଭଳି ଆପରାଧିକ କାଣ୍ଡ ଭିଆଇବାରେ ଲାଗିଛନ୍ତି। ଗତ ବର୍ଷ ଏହି ଯାତ୍ରା ସମୟରେ ପୂର୍ବତନ ସରପଞ୍ଚଙ୍କ ଦେଡ଼ଶୁରଙ୍କୁ ହାଣି ହତ୍ୟା କରିଥିବା ବେଳେ ଶୁକ୍ରବାର ରାତିରେ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ପୁଣି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଟିକିନା କୌଣସି କାର୍ଯ୍ୟରେ ନିକଟସ୍ଥ ସମା ଗ୍ରାମକୁ […] The post ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା appeared first on Dharitri Odia News.
ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା ସମୟରେ ଏଭଳି ଆପରାଧିକ କାଣ୍ଡ ଭିଆଇବାରେ ଲାଗିଛନ୍ତି। ଗତ ବର୍ଷ ଏହି ଯାତ୍ରା ସମୟରେ ପୂର୍ବତନ ସରପଞ୍ଚଙ୍କ ଦେଡ଼ଶୁରଙ୍କୁ ହାଣି ହତ୍ୟା କରିଥିବା ବେଳେ ଶୁକ୍ରବାର ରାତିରେ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ପୁଣି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଟିକିନା କୌଣସି କାର୍ଯ୍ୟରେ ନିକଟସ୍ଥ ସମା ଗ୍ରାମକୁ ଯାଇ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କର ପିଛା କରି ସେଠାରେ ନିର୍ମମ ଭାବରେ ହାଣି ପକାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ସେଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଛି। ଗ୍ରାମରେ ଥିବା ରାଧାକାନ୍ତ ମନ୍ଦିରକୁ ଟିକିନାଙ୍କ ପରିବାର ରକ୍ଷଣାବେକ୍ଷଣ କରୁଥିବାବେଳେ ସେହି ଜାଗାରେ ଗ୍ରାମର ଅସାମାଜିକ ଶ୍ରେଣୀର କିଛି ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ ଦୀର୍ଘ ଏକ ବର୍ଷତଳେ କରିଥିଲେ। ଏହାକୁ ଟିକିନା ପ୍ରତିବାଦ କରି ପ୍ରଶାସନର ସହାୟତାରେ ଉଚ୍ଛେଦ କରିଥିଲେ। ଏହାକୁ ନେଇ ଦୀର୍ଘଦିନ ହେଲା ଶତ୍ରୁତା ଲାଗି ରହିଥିବା ବେଳେ ଟିକିନାଙ୍କୁ ହତ୍ୟା କରିବା ଲାଗି ସୁଯୋଗ ଖୋଜୁଥିଲେ ବୋଲି ଗ୍ରାମବାସୀଙ୍କଠାରୁ ଜଣା ପଡ଼ିଛି। ଏହି ଘଟଣାର ଖବରପାଇ ପୁରୁଷୋତ୍ତମପୁର ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ମାୟକ ପୋଲିସ ଟିମ୍ ନେଇ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
The post ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା appeared first on Dharitri Odia News.