ହାଇକୋର୍ଟରେ ସାରଥି ବାବା : ଜାମିନ ସର୍ତ୍ତ କୋହଳ ପାଇଁ କଲେ ଆବେଦନ
କଟକ : କେତେକ କଠୋର ସର୍ତ୍ତ ରଖି ହାଇକୋର୍ଟ ଗତ୨୦୧୭, ଅଗଷ୍ଟ ୪ରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳକୁ କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ମଞ୍ଜୁର କରିଥିଲେ। ତେବେ ଏହି ସର୍ତ୍ତକୁ କୋହଳ କରିବାକୁ ପ୍ରାର୍ଥନା କରି ସନ୍ତୋଷ ରାଉଳ ହାଇକୋର୍ଟରେ ଦାୟର କରିଥିବା ଦୁଇଟି ଅନ୍ତରୀଣ ଆବେଦନର ଶୁଣାଣି ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏକ ସପ୍ତାହ ପରେ ହେବ ବୋଲି ଅଦାଲତ ଧାର୍ଯ୍ୟ କରିଛନ୍ତି । ଜଷ୍ଟିସ […]

କଟକ : କେତେକ କଠୋର ସର୍ତ୍ତ ରଖି ହାଇକୋର୍ଟ ଗତ୨୦୧୭, ଅଗଷ୍ଟ ୪ରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳକୁ କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ମଞ୍ଜୁର କରିଥିଲେ। ତେବେ ଏହି ସର୍ତ୍ତକୁ କୋହଳ କରିବାକୁ ପ୍ରାର୍ଥନା କରି ସନ୍ତୋଷ ରାଉଳ ହାଇକୋର୍ଟରେ ଦାୟର କରିଥିବା ଦୁଇଟି ଅନ୍ତରୀଣ ଆବେଦନର ଶୁଣାଣି ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏକ ସପ୍ତାହ ପରେ ହେବ ବୋଲି ଅଦାଲତ ଧାର୍ଯ୍ୟ କରିଛନ୍ତି । ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ସର୍ତ୍ତ ଖିଲାପ କଲେ ଜାମିନ ରଦ୍ଦ କରାଯିବ ବୋଲି ହାଇକୋର୍ଟ ସେହି ସମୟରେ ରାୟ ଦେଇଥିଲେ। ବିଶେଷକରି କେନ୍ଦ୍ରାପଡା ବାରିମୂଳ ଆଶ୍ରମ ଯିବାକୁ ତାଙ୍କୁ ବାରଣ ଥିଲା । ଉଦବୋଧନ, ପ୍ରବଚନ ପାଇଁ ଲୋକ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ର କରିବେ ନାହିଁ ବୋଲି ହାଇକୋର୍ଟ ଏକ ସର୍ତ୍ତ ରଖିଥିଲେ। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ସେ ରହୁଥିବା ଠିକଣା ଓ ଟେଲିଫୋନ୍ ନମ୍ବର ପ୍ରଦାନ ଓ ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ସେ ଯାଇ ପାରିବେ ନାହିଁ ବୋଲି ମଧ୍ୟ ସର୍ତ୍ତ ରହିଥିଲା। ପରବର୍ତ୍ତୀ ସମୟରେ ୨୦୨୧, ଫେବ୍ରୁଆରି ୧୫ରେ ସାରଥିଙ୍କୁ ପ୍ରବଚନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ଅନ୍ୟ ସର୍ତ୍ତ କୋହଳ କରିବା ପାଇଁ ସାରଥି ଅନ୍ତରୀଣ ଆବେଦନ ଦାୟର କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୧୫, ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।