ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି
ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍ ରାଜ୍ୟ ମହାଲେଖାକାରଙ୍କ ହାତରେ ଲାଗିଛି। ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ଦୁଇଟି ପର୍ଯ୍ୟାୟରେ ଖଣି ଲିଜ୍ଧାରୀମାନେ ପ୍ରାୟ ୧୭ ହଜାର ୭୦୩ କୋଟି ଟଙ୍କା ପଇଠ କରିଛନ୍ତି ବୋଲି ରାଜ୍ୟ ମହାଲେଖାକାର ଅତୁଲ ପ୍ରକାଶ କହିଛନ୍ତି। ବୁଧବାର ସିଏଜିଙ୍କ ପକ୍ଷରୁ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଅତୁଲ କହିଥିଲେ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲ […] The post ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି appeared first on Dharitri Odia News.
ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍ ରାଜ୍ୟ ମହାଲେଖାକାରଙ୍କ ହାତରେ ଲାଗିଛି। ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ଦୁଇଟି ପର୍ଯ୍ୟାୟରେ ଖଣି ଲିଜ୍ଧାରୀମାନେ ପ୍ରାୟ ୧୭ ହଜାର ୭୦୩ କୋଟି ଟଙ୍କା ପଇଠ କରିଛନ୍ତି ବୋଲି ରାଜ୍ୟ ମହାଲେଖାକାର ଅତୁଲ ପ୍ରକାଶ କହିଛନ୍ତି।
ବୁଧବାର ସିଏଜିଙ୍କ ପକ୍ଷରୁ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଅତୁଲ କହିଥିଲେ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲ ଜମିର ଅଣଜଙ୍ଗଲ ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣି ଲିଜ୍ଧାରୀଙ୍କଠାରୁ ଅସୁଲ କରାଯାଇଥିବା ଅତିରିକ୍ତ ନେଟ୍ ପ୍ରୋଜେକ୍ଟ ମୂଲ୍ୟର ୫୦ ପ୍ରତିଶତରେ ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ କ୍ଷେତ୍ର ବିକାଶ କାର୍ଯ୍ୟ କରାଯିବ। ଏହାକୁ ନେଇ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡସୀ) ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ ଖଣିଜ ଧାରକ କ୍ଷେତ୍ର ବିକାଶ କାର୍ଯ୍ୟ ପାଇଁ ୨୦୧୪ ଡିସେମ୍ବର ୨ରେ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଉପରୋକ୍ତ କାର୍ଯ୍ୟ ପାଇଁ ଓମ୍ବାଡସୀ ସିଇଓ ପ୍ରଥମ ପର୍ଯ୍ୟାୟରେ ୮୬୯.୪୨କୋଟି ଟଙ୍କା ଦେଇଥିଲେ।
ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁସାରେ, ଯେକୌଣସି ଲୌହ ବା ମାଙ୍ଗାନିଜ୍ ଧାତୁ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୧୯୯୪ କିମ୍ବା ୨୦୦୬ ଅନୁପାଳନ ନ କରି ଉତ୍ତୋଳନ ହୋଇଥିଲେ ତାହା ବେଆଇନ ଖନନ ଭାବେ ଧରାଯିବ। ଏହି କ୍ରମରେ ୨୦୦୦-୦୧ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଖଣିଜ ମୂଲ୍ୟର ଶତପ୍ରତିଶତ ଆଦାୟ କରାଯିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଖଣି ଲିଜ୍ଧାରୀମାନଙ୍କଠାରୁ କ୍ଷତିପୂରଣ ବାବଦରେ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ହଜାର ୮୩୩.୫୪ କୋଟି ଟଙ୍କା ଆଦାୟ କରାଯାଇ ଓମ୍ବାଡସୀ ପାଣ୍ଠିରେ ଜମା କରାଯାଇଥିଲା ବୋଲି ଅତୁଲ୍ୟ କହିଥିଲେ।
The post ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି appeared first on Dharitri Odia News.