ହାଇଟେକ ଟ୍ରାଜେଡି,ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର : ହାଇଟେକ ଟ୍ରାଜେଡି I ଥମୁନାହିଁ ମୃତକଙ୍କୁ ନେଇ ବିବାଦ I ଦିଲ୍ଲୀପଙ୍କ ସାମନ୍ତରାୟଙ୍କ ସ୍ଥାନରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ଘଟି ଥିବାନେଇ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ବିବାଦ I ଗତକାଲି ଯାଏଁ ଜଣା ପଡିଥିଲା ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି I କିନ୍ତୁ ଶନିବାର ଭୋର ଭୋର ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ […]

ହାଇଟେକ ଟ୍ରାଜେଡି,ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ପ୍ରବଳ ଉତ୍ତେଜନା
ହାଇଟେକ ଟ୍ରାଜେଡି,ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର : ହାଇଟେକ ଟ୍ରାଜେଡି I ଥମୁନାହିଁ ମୃତକଙ୍କୁ ନେଇ ବିବାଦ I ଦିଲ୍ଲୀପଙ୍କ ସାମନ୍ତରାୟଙ୍କ ସ୍ଥାନରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ଘଟି ଥିବାନେଇ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ବିବାଦ I ଗତକାଲି ଯାଏଁ ଜଣା ପଡିଥିଲା ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି I କିନ୍ତୁ ଶନିବାର ଭୋର ଭୋର ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ଦିଲ୍ଲୀପଙ୍କ ମାଆ କହିଛନ୍ତି,ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା । ୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ ବୋଲି । ଏପରିକି ତାଙ୍କ ଠାରୁ ଜୋର ଜବରଦସ୍ତ ଟିପ ଚିହ୍ନ ନିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସେପଟେ ମୃତଦେହ ହସ୍ତାନ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି DCP ।

DNA ରିପୋର୍ଟ ଆସିବା ପରେ ୨ ପରିବାର ଉପସ୍ଥିତିରେ ହେବ ଶବ ହସ୍ତାନ୍ତର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଠି ପ୍ରଶ୍ନ ରାତି ଗୋଟାଏରେ ଯଦି ସ୍ବାସ୍ଥାବସ୍ଥା ଭଲ ଥିଲା ତେବେ ରାତି ୩ଟାରେ କିପରି ମୃତ୍ୟୁ ହେଲା । ଦିଲ୍ଲୀପ ବଞ୍ଚିଥିଲେ ସତ ପଦାକୁ ଆସିଥାନ୍ତା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।