ହାଇଦ୍ରାବାଦକୁ ବଡ଼ ଝଟକା: କରୋନାରେ ସଂକ୍ରମିତ ହେଲେ ଏହି ଷ୍ଟାର୍ ବ୍ୟାଟର
ହାଇଦ୍ରାବାଦ,୧୦।୫: ହାଇଭୋଲଟେଜ ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ସୋମବାର ମ୍ୟାଚ ଖେଳିପାରିବେ ନାହିଁ ବୋଲି ହାଇଦ୍ରାବାଦ ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟୋରି କହିଛନ୍ତି। ହେଡ କରୋନା ପଜିଟିଭ ହୋଇଛନ୍ତି, ଏନେଇ ସେ ଭାରତ ଆସିପାରି ନାହାନ୍ତି। ଦଳ ପକ୍ଷରୁ ଆଶା କରାଯାଉଛି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରବର୍ତ୍ତୀ ମ୍ୟାଚ୍ରେ ଦଳରେ ଯୋଗଦେବେ। ଭାରତ-ପାକିସ୍ତାନ […] The post ହାଇଦ୍ରାବାଦକୁ ବଡ଼ ଝଟକା: କରୋନାରେ ସଂକ୍ରମିତ ହେଲେ ଏହି ଷ୍ଟାର୍ ବ୍ୟାଟର appeared first on Dharitri Odia News.
ହାଇଦ୍ରାବାଦ,୧୦।୫: ହାଇଭୋଲଟେଜ ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ସୋମବାର ମ୍ୟାଚ ଖେଳିପାରିବେ ନାହିଁ ବୋଲି ହାଇଦ୍ରାବାଦ ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟୋରି କହିଛନ୍ତି। ହେଡ କରୋନା ପଜିଟିଭ ହୋଇଛନ୍ତି, ଏନେଇ ସେ ଭାରତ ଆସିପାରି ନାହାନ୍ତି। ଦଳ ପକ୍ଷରୁ ଆଶା କରାଯାଉଛି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରବର୍ତ୍ତୀ ମ୍ୟାଚ୍ରେ ଦଳରେ ଯୋଗଦେବେ।
ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ବନ୍ଦ ହୋଇଥିବା ଆଇପିଏଲ ୧୭ ତାରିଖରୁ ପୁଣି ଆରମ୍ଭ ହୋଇଛି । ସୋମବାର IPLର ୬୧ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚ ଆଇପିଏଲ ପ୍ଲେ ଅଫ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏହି ମ୍ୟାଚ୍ ପରାଜୟ ବରଣ କରେ ତେବେ ପ୍ଲେଅଫ ରେସ୍ରୁ ବାଦ ପଡିବ।
The post ହାଇଦ୍ରାବାଦକୁ ବଡ଼ ଝଟକା: କରୋନାରେ ସଂକ୍ରମିତ ହେଲେ ଏହି ଷ୍ଟାର୍ ବ୍ୟାଟର appeared first on Dharitri Odia News.