ହାଇଦ୍ରାବାଦରେ ଉଦ୍ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍ ଅଫିସ
ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍ଘାଟିତ ହୋଇଯାଇଛି। ଏହି ଅଫିସର ଉଦ୍ଘାଟନ ପରେ ଗରୁଡଭେଗା ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚି ପାରିଛି। ନିକଟରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ସମାରୋହରେ ଗରୁଡାଭେଗାର ବରିଷ୍ଠ ନେତୃତ୍ୱ ଏବଂ ଇଣ୍ଡଷ୍ଟ୍ରି ଏକ୍ସପର୍ଟ, ତେଲେଙ୍ଗାନା ସରକାରଙ୍କ ଲଜିଷ୍ଟିକ ନିର୍ଦ୍ଦେଶକ ଅପର୍ଣ୍ଣା ଭୂମି ଏବଂ ଜିଏମ୍ଆର୍ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ କମର୍ସିଆଲ ମୁଖ୍ୟ ପ୍ରସାଦ ଜଲିଗାମା ପ୍ରମୁଖ […] The post ହାଇଦ୍ରାବାଦରେ ଉଦ୍ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍ ଅଫିସ appeared first on Dharitri Odia News.
ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍ଘାଟିତ ହୋଇଯାଇଛି। ଏହି ଅଫିସର ଉଦ୍ଘାଟନ ପରେ ଗରୁଡଭେଗା ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚି ପାରିଛି।
ନିକଟରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ସମାରୋହରେ ଗରୁଡାଭେଗାର ବରିଷ୍ଠ ନେତୃତ୍ୱ ଏବଂ ଇଣ୍ଡଷ୍ଟ୍ରି ଏକ୍ସପର୍ଟ, ତେଲେଙ୍ଗାନା ସରକାରଙ୍କ ଲଜିଷ୍ଟିକ ନିର୍ଦ୍ଦେଶକ ଅପର୍ଣ୍ଣା ଭୂମି ଏବଂ ଜିଏମ୍ଆର୍ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ କମର୍ସିଆଲ ମୁଖ୍ୟ ପ୍ରସାଦ ଜଲିଗାମା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁରେଶ ମାଧବପେଡି ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ନୂତନ କର୍ପୋରେଟ ଅଫିସ ଖୋଲିିବା ବିଶ୍ୱସ୍ତରୀୟ କାର୍ଯ୍ୟକଳାପକୁ ବୃଦ୍ଧି କରି ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଗରୁଡଭେଗାର ସିଇଓ ସତୀଶ ଲାକରାଜୁ କହିଛନ୍ତି, ଦକ୍ଷିଣ ରାଜ୍ୟରେ ସଂସ୍ଥାର ସଫଳତା ପରେ ଉତ୍ତର, ପୂର୍ବ ଏବଂ ପଶ୍ଚିମ ଭାରତରେ ନୂତନ ଗ୍ଲୋବାଲ କର୍ପୋରେଟ ଅଫିସ ଖୋଲି ଲୋକଙ୍କ ସେବା କରିବା ସହ ସଂସ୍ଥାର ଅଭିବୃଦ୍ଧି ଆଡକୁ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆଫ୍ରିକାକୁ ସେବା ପହଞ୍ଚାଇବା ପାଇଁ ଗରୁଡଭେଗାର ଉଦ୍ୟମ ଚାଲିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର କାର୍ଯ୍ୟନିର୍ବାହୀ, ଫ୍ରାଞ୍ଚାଇଜ୍ ଅଂଶୀଦାର ଏବଂ ଶିଳ୍ପପତିଙ୍କ ସମେତ ପ୍ରମୁଖ ହିତାଧିକାରୀ ଉପସ୍ଥିତ ରହିଥିଲେ।
The post ହାଇଦ୍ରାବାଦରେ ଉଦ୍ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍ ଅଫିସ appeared first on Dharitri Odia News.