ହାତ ଟେକିଦେଲେ ସିଜେଆଇ

ନୂଆଦିଲ୍ଲୀ,୩।୮: ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି ଯେ ସମାଜରେ ଉପସ୍ଥିତ ଥିବା ପ୍ରତ୍ୟେକ ସମସ୍ୟା କିମ୍ବା ମନ୍ଦତାକୁ ଦୂର କରିବା ପାଇଁ ଏହାର କୌଣସି ସୂତ୍ର କିମ୍ବା ଉପଶମ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତ ଆବେଦନକାରୀଙ୍କୁ ସମାଲୋଚନା କରିଛନ୍ତି ଯିଏ ଅନ୍ଧବିଶ୍ୱାସର ଅନ୍ତ ଘଟାଇବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରିଛନ୍ତି। ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଛନ୍ତି ଯେ ଦେଶରେ ଉପସ୍ଥିତ ଅନ୍ଧବିଶ୍ୱାସ ଯୋଗୁଁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣ ହରାନ୍ତି। […] The post ହାତ ଟେକିଦେଲେ ସିଜେଆଇ appeared first on Dharitri Odia News.

ହାତ ଟେକିଦେଲେ ସିଜେଆଇ

ନୂଆଦିଲ୍ଲୀ,୩।୮: ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି ଯେ ସମାଜରେ ଉପସ୍ଥିତ ଥିବା ପ୍ରତ୍ୟେକ ସମସ୍ୟା କିମ୍ବା ମନ୍ଦତାକୁ ଦୂର କରିବା ପାଇଁ ଏହାର କୌଣସି ସୂତ୍ର କିମ୍ବା ଉପଶମ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତ ଆବେଦନକାରୀଙ୍କୁ ସମାଲୋଚନା କରିଛନ୍ତି ଯିଏ ଅନ୍ଧବିଶ୍ୱାସର ଅନ୍ତ ଘଟାଇବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରିଛନ୍ତି। ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଛନ୍ତି ଯେ ଦେଶରେ ଉପସ୍ଥିତ ଅନ୍ଧବିଶ୍ୱାସ ଯୋଗୁଁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣ ହରାନ୍ତି। ତେଣୁ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କେରାଯାଏ, ଯାହା ରାଜ୍ୟ ନୀତିର ସିଦ୍ଧାନ୍ତର ନିର୍ଦ୍ଦେଶନାମା ଅଟେ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସିଜେଆଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ଆବେଦନ କରିଥିବା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ କହିଛନ୍ତି ଯେ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ସ୍ବଭାବର ବିକାଶ ହୋଇପାରିବ ନାହିଁ। ବିଦ୍ୟାଳୟରେ ଛାତ୍ରମାନେ କ’ଣ ଶିଖିବା ଉଚିତ୍‌ ତାହା ଆମେ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ । ଏହା ସରକାରଙ୍କ ଶିକ୍ଷା ବିଭାଗର ବିଶେଷଜ୍ଞଙ୍କ ନୀତି ଅନୁଯାୟୀ ଆସିଛି। ଛାତ୍ରମାନଙ୍କ ଉପାର ବହୁ ବିସ୍ତାରିତ ପାଠ୍ୟକ୍ରମର ବୋଝ ରହିନ୍ତି। ନ୍ୟାୟିକ ଆଦେଶ ମାଧ୍ୟମରେ ଆମେ ଏହାକୁ ଆହୁରି ବୃଦ୍ଧି କରିପାରିବୁ ନାହିଁ ।

The post ହାତ ଟେକିଦେଲେ ସିଜେଆଇ appeared first on Dharitri Odia News.