ଦୁଇ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାମ ବନ୍ଦ: ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି
ଲାଞ୍ଜିଗଡ଼,୨୦।୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହର ମୁଖ୍ୟ ରାସ୍ତାଟି ଅଣଓସାରିଆ ହୋଇ ରହିଛି। ଏହାକୁ ନେଇ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ସହର ରାସ୍ତା ସମ୍ପ୍ରସାରଣ ନେଇ ଜିଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ଲାଞ୍ଜିଗଡ଼ବାସୀ। ଦୁଇ ବର୍ଷ ହେଲା ରାସ୍ତା କାମ ବନ୍ଦ ଅଛି। ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ ପୂର୍ବ ବିଭାଗ ୨୦୧୭-୧୮ ମସିହାରେ ଏହି ରାସ୍ତା ନିର୍ମାଣ ପାଇଁ […] The post ଦୁଇ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାମ ବନ୍ଦ: ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି appeared first on Dharitri Odia News.
ଲାଞ୍ଜିଗଡ଼,୨୦।୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହର ମୁଖ୍ୟ ରାସ୍ତାଟି ଅଣଓସାରିଆ ହୋଇ ରହିଛି। ଏହାକୁ ନେଇ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ସହର ରାସ୍ତା ସମ୍ପ୍ରସାରଣ ନେଇ ଜିଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ଲାଞ୍ଜିଗଡ଼ବାସୀ। ଦୁଇ ବର୍ଷ ହେଲା ରାସ୍ତା କାମ ବନ୍ଦ ଅଛି।
ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ ପୂର୍ବ ବିଭାଗ ୨୦୧୭-୧୮ ମସିହାରେ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ପୋଖରୀବନ୍ଦ ଛକଠାରୁ ଲାଞ୍ଜିଗଡ଼ ଟାଙ୍ଗନକଣା ଛକ ପର୍ଯ୍ୟନ୍ତ ୧୮ କିମି ରାସ୍ତାକାମ ୧୦. ୦୧.୨୦୧୯ ରେ ଆରମ୍ଭ ହୋଇ ୧୦. ୦୬. ୨୦୧୯ରେ ସରିଥିଲା। ମାତ୍ର ଟାଙ୍ଗନକଣା ଛକରୁ ଲାଞ୍ଜିଗଡ଼ ରାଜାପଡ଼ା ପର୍ଯ୍ୟନ୍ତ ଅବଶିଷ୍ଟ ୩ କିମି ରାସ୍ତାକାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଗତ ଜାନୁଆରୀ ୨୦୨୩ ମସିହାରେ ଅବଶିଷ୍ଟ ରାସ୍ତାକାମ ଆରମ୍ଭ ହୋଇ ଲାଞ୍ଜିଗଡ଼ ସହର ଖେଳପଡ଼ିଆ ପର୍ଯ୍ୟନ୍ତ ୨ କିମି ପହଞ୍ଚିଛି। ହେଲେ ଅବଶିଷ୍ଟ ୧ କିମି ଲାଞ୍ଜିଗଡ଼ ସହରରେ ଥିବା ମୁଖ୍ୟ ରାସ୍ତାକାମ ବର୍ଷ ବର୍ଷ ଧରି ବନ୍ଦ ରହିଛି।
ବର୍ତ୍ତମାନ ଏହି ରାସ୍ତାଟି ଅଣଓସାରିଆ ହୋଇ ରହିଥିବାବେଳେ ସହର ମୁଖ୍ୟ ରାସ୍ତାରେ ଦିନତମାମ ଶତାଧିକ ଭାରୀଯାନ ଯାତାୟାତ କରିବା ସହ ରାସ୍ତାର ଦୁଇପାର୍ଶକୁ ଉଠା ଦୋକାନୀ କବଜା କରିଥିବା ବେଳେ ଚାଟ, ଗୁପଚୁପ ଓ ଫାଷ୍ଟଫୁଡ ଦୋକାନ ରହିଛି। ଫଳରେ ରାସ୍ତାରେ ଲୋକଙ୍କ ବାଇକ ରଖିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତା’ଛଡ଼ା ବର୍ଷ ବର୍ଷ ଧରି ରାସ୍ତାରେ ଗନ୍ଧମୟ ନର୍ଦ୍ଦମା ପାଣି ବୋହୁଛି। ତେଣୁ ମୁଖ୍ୟ ରାସ୍ତାରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏହି ରାସ୍ତାଟି ପ୍ରାଥମିକ ବିଦ୍ୟାଳୟ, ଡାକ୍ତରଖାନା, ଥାନା, ହାଇସ୍କୁଲ, ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ସଂଯୋଗ କରୁଥିବା ବେଳେ ପଥଚାରୀଙ୍କ ଉପରେ ନର୍ଦ୍ଦମା ଜଳ ଚିଡିକି ଅଭାବନୀୟ ପରିସ୍ଥିତି ଉପୁଜୁଛି।
ଯାହା ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖାଦେଉଠିବା ଯୋଗୁ ରାସ୍ତାର ସମ୍ପ୍ରସାରଣ ନେଇ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆଙ୍କ ନେତୃତ୍ୱରେ ଲାଞ୍ଜିଗଡ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଭେଟି ଲାଞ୍ଜିଗଡ ସହର ରାସ୍ତା ସମ୍ପସାରଣକୁ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅବସରରେ ଲାଞ୍ଜିଗଡ ପୂର୍ବତନ ଜିଲାପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧଜ ପେସନିଆ, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ ଓ ସମିତି ସଭ୍ୟ ପ୍ରଦୀପ ମାଝୀ, ଶ୍ରୀମୁଖ ଅଗସ୍ତି, ପରମାନନ୍ଦ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସେନାପତି ନାଏକ, ଯୁବ ସମାଜସେବୀ ଶିଶିର ପୂଜାରୀ, ବରିଷ୍ଠ ସମାଜସେବୀ ତ୍ରିନାଥ ମହାଖୁଡ ଓ ଗଙ୍ଗାଧର ମହାଖୁଡ଼, ଲଷ୍ମୀଧର ଚଣ୍ଡୀ,ଯୁବ ସମାଜସେବୀ ଚନ୍ଦ୍ରଚୁଡ ମହାଖୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।
The post ଦୁଇ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାମ ବନ୍ଦ: ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି appeared first on Dharitri Odia News.