ହାତରେ ଚାଲି ମାଆକୁ ପୋଷୁଛି ଦିବ୍ୟାଙ୍ଗ ଝିଅ
ଜଳେଶ୍ୱର : ହେଲେ କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ଯ ପର୍ବତ ଲଙ୍ଘି ପାରେ, ଯାହା ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କାଣ୍ତଗାଂ ଗ୍ରାମର ସୁଭଦ୍ରା ଘୋଷ । ଜନ୍ମରୁ ଦିବ୍ଯାଙ୍ଗ ହୋଇଥିବା ବେଳେ ଚଲା ବୁଲା କରିବା ତ ଦୂରର କଥା ଗୋଟିଏ ଜାଗାରୁ ଅନ୍ଯ ଜାଗାକୁ ଗୁରୁଣ୍ତି ଗୁରୁଣ୍ତି ଯିବାକୁ ପଡେ। ମାତ୍ର ଜୀବନ ଯୁଦ୍ଧ ରେ ସେ କେବେ ହାରି ଯାଇ ନାହାନ୍ତି […] The post ହାତରେ ଚାଲି ମାଆକୁ ପୋଷୁଛି ଦିବ୍ୟାଙ୍ଗ ଝିଅ appeared first on KNews Odisha.

ଜଳେଶ୍ୱର : ହେଲେ କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ଯ ପର୍ବତ ଲଙ୍ଘି ପାରେ, ଯାହା ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କାଣ୍ତଗାଂ ଗ୍ରାମର ସୁଭଦ୍ରା ଘୋଷ । ଜନ୍ମରୁ ଦିବ୍ଯାଙ୍ଗ ହୋଇଥିବା ବେଳେ ଚଲା ବୁଲା କରିବା ତ ଦୂରର କଥା ଗୋଟିଏ ଜାଗାରୁ ଅନ୍ଯ ଜାଗାକୁ ଗୁରୁଣ୍ତି ଗୁରୁଣ୍ତି ଯିବାକୁ ପଡେ। ମାତ୍ର ଜୀବନ ଯୁଦ୍ଧ ରେ ସେ କେବେ ହାରି ଯାଇ ନାହାନ୍ତି । ବୁଢା ବାପା ମାଙ୍କ ଉପରେ ବୋଝ ନହୋଇ ପରିବାର ପ୍ରତିପୋଷଣ ପାଇଁ ଏକ ଚା,ପାନ ଦୋକାନ କରିଛନ୍ତି । ଯେତିକି ରୋଜଗାର ହେଉଛି କଷ୍ଟେମଷ୍ଟେ ନିଜ ପେଟ ପୋଷିବା ସହ ବୁଢୀ ମାଙ୍କୁ ମଧ୍ୟ କିଛି ସାହାଯ୍ୟ କରୁଛନ୍ତି ।
ସୁଭଦ୍ରାଙ୍କ ବୟସ ଏବେ ୫୩ । ଜନ୍ମରୁ ଦିବ୍ଯାଙ୍ଗ ହୋଇଥିବା ବେଳେ ତାଙ୍କର ଅଣ୍ଟା ସମ୍ପୂର୍ଣ୍ଣ ଭାବରେ ବଙ୍କା ହୋଇ ଯାଇଛି । ଯାହା ଫଳରେ ଚଲା ବୁଲା କରିବା ତ ଦୂରର କଥା ସିଧା ହୋଇ ଛିଡା ମଧ୍ୟ ହୋଇ ପାରନ୍ତନି । ଦୁଇ ହାତକୁ ମାଟିରେ ରଖି ଗୁରୁଣ୍ତି ଗୁରୁଣ୍ତି ହୋଇ ଗୋଟିଏ ଜାଗା ରୁ ଅନ୍ଯ ଜାଗା କୁ ଯାଇଥାନ୍ତି । ତେବେ ଏପରି ଅବସ୍ଥାରେ ସେ ଅବିବାହିତ ଥିବା ବେଳେ ସାରା ଜୀବନ ବୁଢା ବାପା ମା ଙ୍କ ଉପରେ ବୋଝ ନହୋଇ କଣ କରିବେ ଭାବି ଭାବି ଶେଷରେ ଧାର କରଜ କରି ଗାଁ ଛକରେ ଛୋଟିଆ ଚା,ପାନ ଦୋକାନଟିଏ କରିଛନ୍ତି । ଦୋକାନରୁ ଯାହା କିଛି ରୋଜଗାର ହୁଏ ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି । ଘର ପାଖରୁ ଦୋକାନ ପର୍ଯ୍ୟନ୍ତ ଅଧା କିଲୋମିଟର ରାସ୍ତା ହୋଇଥିବା ବେଳେ ଦୁଇ ହାତକୁ ଚପଲ ରେ ଭର୍ତ୍ତି କରି ଗୁରୁଣ୍ତି ଗୁରୁଣ୍ତି ହୋଇ ବହୂ କଷ୍ଟରେ ଯାଇ ଥାନ୍ତି ଦୋକାନ ।
ଏତିକି ରେ ସୁଭଦ୍ରା ଙ୍କ ଦୁଃଖ ସରିଲାନି ଯେ ବୋଝ ଉପରେ ନଳିତା ବିଡା ପଡିଲା ଭଳି କିଛି ବର୍ଷ ପୂର୍ବରୁ ବାପା କାଳି ଚରଣ ଘୋଷ ଅଜଣା ରୋଗରେ ଆକ୍ରାନ୍ତ ହେବା ସହ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ମୃତ୍ଯୁ ବରଣ କଲେ । ବାପାଙ୍କ ମୃତ୍ୟୁ ପରେ ସୁଭଦ୍ରାଙ୍କ ସ୍ବଳ୍ପ ରୋଜଗାରରେ ବୁଢୀ ମା କୁ ନେଇ କଷ୍ଟେମଷ୍ଟେ ଚଳି ଯାଉଛନ୍ତି । ମାତ୍ର ରହିବା ପାଇଁ ଘର ଖଣ୍ତିଏ ନଥିବାରୁ ଭଙ୍ଗା ଦଦରା ଆଜବେଷ୍ଟସ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସୁଭଦ୍ରାଙ୍କ ପାଇଁ ଅନ୍ତଦୋୟ ଯୋଜନାରେ ୩୫ କେଜି ଚାଉଳ,ରହିବା ପାଂଇ ଆବାସ ଯୋଜନାରେ ପକ୍କାଘର ଏବଂ ବ୍ୟାଟ୍ରି ଚାଳିତ ଇ ରିକ୍ସା ଟିଏ ପାଂଇ ବାରମ୍ବାର ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ବି ଶୁଣୁନାହାଁନ୍ତି । କେବଳ ଭିନ୍ନକ୍ଷମ ଭତ୍ତା ଏବଂ ୫ କେଜି ଚାଉଳ ବ୍ୟତୀତ କୌଣସି ସରକାରୀ ସହାୟତା ତାଙ୍କୁ ମିଳିନି ତେଣୁ ତାଙ୍କୁ ଅନ୍ତଦୋୟ ଯୋଜନାରେ ୩୫ କେଜି ଚାଉଳ, ପକ୍କା ଘର ଏବଂ ବ୍ଯାଟେରୀ ଚାଳିତ ଇ ରିକ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।
ନିଜର ଶାରୀରିକ ଅକ୍ଷମତାକୁ ଭୃକ୍ଷେପ ନକରି ପରିବାର ପ୍ରତିପୋଷଣ ସହ ବଞ୍ଚିବା ପାଇଁ ସୁଭଦ୍ରାଙ୍କ ଏହି ସଙ୍ଘର୍ଷ ଆଜିର ଯୁବପିଢୀ ମାନଙ୍କ ଏକ ଉଦାହରଣ । ତେବେ ସରକାର କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ଯଦି ଏହି ଅସହାୟ ପରିବାର କୁ ସହଯୋଗର ହାତ ବଢାନ୍ତି ତାହାଲେ ସୁଭଦ୍ରା ଉପକୃତ ହୋଇ ପାରନ୍ତେ । ଆମେ ମଧ୍ୟ ଆପଣଙ୍କ ନିକଟରେ ଖବର ପହଞ୍ଚାଉଛୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ କାରଣ ବିଗତ ଦିନରେ ଆପଣ ମାନେ ଏଭଳି ଅନେକ ଅସହାୟ ମାନଙ୍କର ସାହାରା ପାଲଟିଛନ୍ତି । ଯଦି ଆପଣ ସୁଭଦ୍ରା ଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ରେ ଟଙ୍କା ପଠାଇ ପାରିବେ ।
BANK DETAILS
NAME – SUBHADRA GHOSH
BANK NAME – STATE BANK OF INDIA
A/C – 11756533607
IFSC CODE – SBIN0009821
MOBILE – 7894900478
The post ହାତରେ ଚାଲି ମାଆକୁ ପୋଷୁଛି ଦିବ୍ୟାଙ୍ଗ ଝିଅ appeared first on KNews Odisha.