ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video

ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍‌’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର ଫୁଟି କୋଠିରେ ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଯୋଗ ସଂସ୍ଥାନରେ ଚାଲିଥିବା ଭବ୍ୟ କାର୍ଯ୍ୟକ୍ରମ ବେଳେ ଅବସରପ୍ରାପ୍ତ ଯବାନ ବଲଜୀତଙ୍କ ଜୀବନ ଚାଲିଯାଇଛି। ସେ ଇନ୍ଦୋରର ତେଜାଜୀ ନଗରକ୍ଷେତ୍ରର ବାସିନ୍ଦା ବୋଲି ଜଣାପଡ଼ିଛି। […] The post ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video appeared first on Dharitri Odia News.

ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video

ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍‌’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର ଫୁଟି କୋଠିରେ ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଯୋଗ ସଂସ୍ଥାନରେ ଚାଲିଥିବା ଭବ୍ୟ କାର୍ଯ୍ୟକ୍ରମ ବେଳେ ଅବସରପ୍ରାପ୍ତ ଯବାନ ବଲଜୀତଙ୍କ ଜୀବନ ଚାଲିଯାଇଛି। ସେ ଇନ୍ଦୋରର ତେଜାଜୀ ନଗରକ୍ଷେତ୍ରର ବାସିନ୍ଦା ବୋଲି ଜଣାପଡ଼ିଛି।

ଯୋଗ କାର୍ଯ୍ୟକ୍ରମ ସମୟରେ ଅନେକ ଲୋକ ହଲ୍‌ରେ ବସିଥିଲେ। ସେଠାରେ ବଲଜୀତଙ୍କ ପ୍ରଦର୍ଶନ ଜାରି ରହିଥିଲା। ଦେଶଭକ୍ତି ଗୀତରେ ସେ ଝୁମୁଥିବା ବେଳେ ହଠାତ୍‌ ତାଙ୍କୁ ହୃଦଘାତ ଆସିଥିଲା। ସେ ମଞ୍ଚରେ ହିଁ ଟଳି ପଡ଼ିଥିଲେ। ହେଲେ ଦର୍ଶକମାନେ ସେ ଅଭିନୟ କରୁଥିବା ଭାବିଥିଲେ। ଏହାପରେ ଲୋକେ ଆହୁରି ଜୋର୍‌ରେ ତାଳି ବଜାଇଥିଲେ। ହେଲେ ମଞ୍ଚ ତଳେ ଥିବା ଅନ୍ୟ ଜଣେ ସାଥି ଦେଖିବା ବେଳକୁ ସେ ଚେତା ହରାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ଆଉ ଜୀବିତ ନ ଥିବା ଡାକ୍ତରମାନେ କହିଥିଲେ। ସାଇଲେଣ୍ଟ ଆଟାକ୍‌ ଆସିଥିବା ଯୋଗୁ ବଲଜୀତଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା।

The post ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video appeared first on Dharitri Odia News.