ହାତୀ ଉପଦ୍ରବ ; ଭାଙ୍ଗିଲା ଘର, ଖାଇଗଲା ୫୦ କେଜି ଚାଉଳ

କେନ୍ଦୁଝର : କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଲୋକଙ୍କ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। କିରିବୁର ହିଲଟପ୍‌‌ ଡାଲମିୟା ହାଟିଙ୍ଗରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଦନ୍ତା ହାତୀ ୩ଟି ଘର ଭାଙ୍ଗିଥିବା ବେଳେ ପ୍ରାୟ ୫୦ କେଜି ଚାଉଳ ଖାଇ ଦେଇଛି। ଘର ଭାଙ୍ଗି ଚାଉଳ ଖାଇବା ସହ ହାତୀ ଫସଲ ମଧ୍ୟ ନଷ୍ଟ କରିଛି। ହାତୀ ଘଉଡାଇବାକୁ ବନବିଭାଗ ନାକେଦମ୍‌‌ ହୋଇଛି ବୋଲି ସୂଚନା ମିଳିଛି।