ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି

କେସିଙ୍ଗା,୧୧।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମରେ ହାତୀ ଉପଦ୍ରବରେ ବହୁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ୪୪ ଟିକିଆ ହାତୀପଲ ଦୀର୍ଘ ୬ ମାସ ଧରି ଏହି ଅଞ୍ଚଳରେ ରହୁ ଥିବାରୁ ଚାଷୀଙ୍କ ବହୁ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ବନ ବିଭାଗରେ ଅଭିଯୋଗ କରିଛନ୍ତି। ସୌରାପଦର ଗ୍ରାମର ୭୦% ଲୋକଙ୍କ ହାରାହାରି ୧୦୦ କ୍ୱିଣ୍ଟାଲରୁ ଉଦ୍ଧର୍‌ବ କାନ୍ଦୁଲ ଖାଇ ନଷ୍ଟ କରିଛନ୍ତି। ସେହି ଗ୍ରାମର ଇନ୍ଦ୍ର ସାଙ୍କ […] The post ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି appeared first on Dharitri Odia News.

ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି

କେସିଙ୍ଗା,୧୧।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମରେ ହାତୀ ଉପଦ୍ରବରେ ବହୁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ୪୪ ଟିକିଆ ହାତୀପଲ ଦୀର୍ଘ ୬ ମାସ ଧରି ଏହି ଅଞ୍ଚଳରେ ରହୁ ଥିବାରୁ ଚାଷୀଙ୍କ ବହୁ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ବନ ବିଭାଗରେ ଅଭିଯୋଗ କରିଛନ୍ତି। ସୌରାପଦର ଗ୍ରାମର ୭୦% ଲୋକଙ୍କ ହାରାହାରି ୧୦୦ କ୍ୱିଣ୍ଟାଲରୁ ଉଦ୍ଧର୍‌ବ କାନ୍ଦୁଲ ଖାଇ ନଷ୍ଟ କରିଛନ୍ତି। ସେହି ଗ୍ରାମର ଇନ୍ଦ୍ର ସାଙ୍କ ୩୦ଟି ଆମ୍ବ ଗଛ,୧୫ଟି ତାର ବାଡା, ଦୁଇଟି ବୋରୱେଲ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ସେହିପରି ଅକ୍ରୁର ହାତୀଙ୍କ ୩୦ଟି ଆମ୍ବ ଗଛ, ପ୍ରସାଦି ରଣାଙ୍କ କଦଳୀ, ଆଖୁ, କାନ୍ଦୁଲ ନଷ୍ଟ କରିଦେଇଛନ୍ତି। ଉକ୍ତ ଗ୍ରାମ ଭିତରକୁ ହାତୀପଲ ଗତକାଲି ଆସି କଦଳୀ ଗଛ, ଆଖୁ, କାନ୍ଦୁଲ ପନିପରିବା ଇତ୍ୟାଦି ଚାଷ ନଷ୍ଟ କରି ଦେଇଛନ୍ତି। ଦୀର୍ଘ ୬ ମାସ ହେଲା ଏହି ଗ୍ରାମରେ ରାତ୍ରିରେ ବିଦ୍ୟୁତ କାଟ କରାଯାଉଛି। ଯାହାଫଳରେ ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି। ହାତୀପଲ ଏହି ଅଞ୍ଚଳରେ ରହୁଥିବାରୁ ବାଲସି, ପରଲସିଙ୍ଗା, ଶିରୋଲ, ପୋଢ଼ଖମ୍ବ, ରେଙ୍ଗାଲି, ମଶାଣିବନ୍ଧ, ଆଦି ଗ୍ରାମରେ ସନ୍ଧ୍ୟା ୭ଟାରୁ ବିଦ୍ୟୁତ କାଟ କରାଯାଉଛି। ଫଳରେ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବନବିଭାଗର ଫରେଷ୍ଟର ଯଶୋବନ୍ତ ନାଏକଙ୍କୁ ପଚାରିବାରୁ ଗତକାଲି ସୌରାପଦର ଗ୍ରାମକୁ ଯାଇ ବାଣ ଫୁଟାଇ ହାତୀ ଘଉଡ଼ାଇ ଥିଲୁ। ବଜ୍ରଗଡ଼ ଜଙ୍ଗଲରେ ହାତୀ ରହୁଥିବାରୁ ଅନ୍ୟ ଅଞ୍ଚଳକୁ ହାତୀ ଯାଉନାହାଁନ୍ତି। ଯାହା ଫଳରେ ଏ ଅଞ୍ଚଳରେ ହାତୀ ଉପଦ୍ରବ ହେଉଛି, ଚାଷୀଙ୍କ କ୍ଷୟକ୍ଷତି ଦିଆଯିବ ବୋଲି ପ୍ରକାଶ କରିଥିଲେ।

The post ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି appeared first on Dharitri Odia News.