ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ମୋରଡ଼ା,୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ର ରଥଯାତ୍ରା ଉପଲକ୍ଷେ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ତେବେ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଧରି ଅନବସର ଘରେ ଜ୍ବରରେ ପୀଡ଼ିତ ଥିବା ବିଗ୍ରହମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ନୀତି […] The post ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି appeared first on Dharitri Odia News.
ମୋରଡ଼ା,୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ର ରଥଯାତ୍ରା ଉପଲକ୍ଷେ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ତେବେ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଧରି ଅନବସର ଘରେ ଜ୍ବରରେ ପୀଡ଼ିତ ଥିବା ବିଗ୍ରହମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରେ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ୧୫ ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଗଣ ଭାବବିହ୍ବଳ ହୋଇପଡ଼ିଥିଲେ। ନବଯୌବନ ଦର୍ଶନ ପରେ ଆଜି ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଛନ୍ତି। ତେବେ ଚିତ୍ରଡ଼ା ରଥ ପରମ୍ପରା ଅନୁଯାୟୀ, କାଲି ରଥାଟଣା ଆରମ୍ଭ ହୋଇ ବ୍ଲକ ଛକ ନିକଟରେ ଠାକୁର ଗୋଟିଏ ରାତି ରହଣି କରିବା ପରେ ତା’ପର ଦିନ ପୁଣି ରଥାଟଣା ହୋଇ ମାଉସୀମା ମନ୍ଦିରରେ ପହଞ୍ଚିବେ।
The post ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି appeared first on Dharitri Odia News.