ହାତୀ ଘଉଡ଼ାଇବା ବେଳେ ଅଘଟଣ: ଆକ୍ରମଣରେ ୩ ଗୁରୁତର

କଣ୍ଟାବାଞ୍ଜି,୧।୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ବାନ୍ଧନପାଲୀ ଗାଁରେ ରବିବାର ଏକ ଅଘଟଣ ଘଟିଛି। ହାତୀଙ୍କୁ ଘଉଡ଼ାଇବା ବେଳେ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଏକ ହାତୀପଲ ବାନ୍ଧନପାଲୀ ଗାଁ ନିକଟକୁ ପଶି ଆସିଥିଲା। ଖବର ପାଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଆସିଥିଲେ। ସେତିକିବେଳେ ଏକ […] The post ହାତୀ ଘଉଡ଼ାଇବା ବେଳେ ଅଘଟଣ: ଆକ୍ରମଣରେ ୩ ଗୁରୁତର appeared first on Dharitri Odia News.

ହାତୀ ଘଉଡ଼ାଇବା ବେଳେ ଅଘଟଣ: ଆକ୍ରମଣରେ ୩ ଗୁରୁତର

କଣ୍ଟାବାଞ୍ଜି,୧।୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ବାନ୍ଧନପାଲୀ ଗାଁରେ ରବିବାର ଏକ ଅଘଟଣ ଘଟିଛି। ହାତୀଙ୍କୁ ଘଉଡ଼ାଇବା ବେଳେ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ ଏକ ହାତୀପଲ ବାନ୍ଧନପାଲୀ ଗାଁ ନିକଟକୁ ପଶି ଆସିଥିଲା। ଖବର ପାଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଆସିଥିଲେ। ସେତିକିବେଳେ ଏକ ହାତୀ ୩ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ହୋଇଛନ୍ତି। ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଗାଁରେ ଭୟରବାତାବରଣ ସୃଷ୍ଠି ହୋଇଛି।

The post ହାତୀ ଘଉଡ଼ାଇବା ବେଳେ ଅଘଟଣ: ଆକ୍ରମଣରେ ୩ ଗୁରୁତର appeared first on Dharitri Odia News.