ହାତୀ ଭୟରେ କୂଅକୁ ଡେଇଁଲା ଭାଲୁ, ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
ନୀଳଗିରି ୦୨।୦୬ : ହାତୀ ଭୟରେ କୂଅକୁ ଡେଇଁଲା ଭାଲୁ । ବାଲେଶ୍ଵର ଜିଲ୍ଲା ନୀଳଗିରି ଜଙ୍ଗଲର ଘଟଣା । ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ । ନୀଳଗିରି ଅଞ୍ଚଳକୁ ଗତ ଗୁରୁବାର ଦିନ ସକାଳୁ ୪୬ଟି ହାତୀ ଝାଡ଼ଖଣ୍ଡରୁ ଆସିଥିଲେ। ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହି ଜଡ଼ିବାଲି ଓ ଆଖପାଖ ଜଙ୍ଗଲରେ ଉପଦ୍ରବ ଚଳାଇଥିଲେ। ତେବେ ବନବିଭାଗର ପାଟ୍ରୋଲିଂ ସାଙ୍ଗକୁ ଟ୍ରେଞ୍ଜ ଖୋଳାଯାଇଥିବାରୁ ଗାଁ ଭିତରକୁ ହାତୀ ପଶି ନପାରି ବେତନଟୀ ନଡ଼ପୁର ଜଙ୍ଗଲକୁ ଫେରିଯାଉଥିବା ବେଳେ ପୁଣି କାଠପାଳ ନିକଟରୁ ପୁଣି ଫେରି ଆସିଥିଲେ। ଏନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଥିଲେ। ଏପଟେ ହାତୀଭୟରେ ଗୋଟିଏ ଭାଲୁ କୂଅକୁ ଡେଇଁ ପଡିଥିଲା । ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ।
ନୀଳଗିରି ୦୨।୦୬ : ହାତୀ ଭୟରେ କୂଅକୁ ଡେଇଁଲା ଭାଲୁ । ବାଲେଶ୍ଵର ଜିଲ୍ଲା ନୀଳଗିରି ଜଙ୍ଗଲର ଘଟଣା । ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ।
ନୀଳଗିରି ଅଞ୍ଚଳକୁ ଗତ ଗୁରୁବାର ଦିନ ସକାଳୁ ୪୬ଟି ହାତୀ ଝାଡ଼ଖଣ୍ଡରୁ ଆସିଥିଲେ। ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହି ଜଡ଼ିବାଲି ଓ ଆଖପାଖ ଜଙ୍ଗଲରେ ଉପଦ୍ରବ ଚଳାଇଥିଲେ। ତେବେ ବନବିଭାଗର ପାଟ୍ରୋଲିଂ ସାଙ୍ଗକୁ ଟ୍ରେଞ୍ଜ ଖୋଳାଯାଇଥିବାରୁ ଗାଁ ଭିତରକୁ ହାତୀ ପଶି ନପାରି ବେତନଟୀ ନଡ଼ପୁର ଜଙ୍ଗଲକୁ ଫେରିଯାଉଥିବା ବେଳେ ପୁଣି କାଠପାଳ ନିକଟରୁ ପୁଣି ଫେରି ଆସିଥିଲେ। ଏନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଥିଲେ। ଏପଟେ ହାତୀଭୟରେ ଗୋଟିଏ ଭାଲୁ କୂଅକୁ ଡେଇଁ ପଡିଥିଲା । ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ।