ହାଥରସ ଦଳଚକଟାରେ ମୃତ୍ୟୁ ସଂଖ୍ୟା ୧୦୭ରୁ ଅଧିକ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି
ହାଥରସ: ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାରେ ସତସଙ୍ଗ ସମୟରେ ଦଳଚକଟା ଘଟଣାରେ ମୃତ୍ୟ ସଂଖ୍ୟା ୧୦୭ ପାର୍ କରିଛି। ଏକାଧିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ଅଛନ୍ତି। ମୃତକମାନଙ୍କୁ ହାଥରସି ଓ ଏଟା ଜିଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସୂଚନା ଅନୁସାରେ ଜିଲ୍ଲାରେ ପାଖାପାଖି ୬୦ ଜଣଙ୍କର ମୃତ୍ୟ ହୋଇଛି। ସେହିପରି ଏଟା ଜିଲ୍ଲାରେ ଆଉ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂଚନା ମିଳିଛି। ଏଟାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମେଶ ତ୍ରିପାଠୀ କହିଛନ୍ତି, ୨୭ ମୃତଦେହ ଚିକିତ୍ସାଳୟରେ ରଖାଯାଇଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨୫ ମହିଳା ସାମିଲ। ସୂଚନା ଅନୁଯାୟୀ, ହାଥରସ ଜନପଦର ସିକନ୍ଦରାବାଦ ଥାନା ଅନ୍ତର୍ଗତ ଫୁଲରଇ ଗାଁରେ ଭୋଲେ ବାବା ସତସଙ୍ଗ ଆୟୋଜିତ ହୋଇଛି। ସମାପନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଲୋକେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ। ଫଳରେ ଦଳଚକଟାରେ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମୃତ ଶରୀରର ଏଟା ମେଡିକାଲ୍ କଲେଜରେ ରଖା ଯାଇଛି। ଆହତଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏଟାର ଏସଏସପି ରାଜେଶ କୁମାର ସିଂଙ୍କ ଅନୁଯାୟୀ, ହାଥରସ ଜିଲ୍ଲାର ମୁଗଲଗଢି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ସେହି ସମୟରେ ଦଳଚକଟା ଘଟଣା ଘଟିଛି। ଏ ପର୍ଯ୍ୟନ୍ତ
ହାଥରସ: ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାରେ ସତସଙ୍ଗ ସମୟରେ ଦଳଚକଟା ଘଟଣାରେ ମୃତ୍ୟ ସଂଖ୍ୟା ୧୦୭ ପାର୍ କରିଛି। ଏକାଧିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ଅଛନ୍ତି। ମୃତକମାନଙ୍କୁ ହାଥରସି ଓ ଏଟା ଜିଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସୂଚନା ଅନୁସାରେ ଜିଲ୍ଲାରେ ପାଖାପାଖି ୬୦ ଜଣଙ୍କର ମୃତ୍ୟ ହୋଇଛି। ସେହିପରି ଏଟା ଜିଲ୍ଲାରେ ଆଉ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂଚନା ମିଳିଛି।
ଏଟାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମେଶ ତ୍ରିପାଠୀ କହିଛନ୍ତି, ୨୭ ମୃତଦେହ ଚିକିତ୍ସାଳୟରେ ରଖାଯାଇଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨୫ ମହିଳା ସାମିଲ। ସୂଚନା ଅନୁଯାୟୀ, ହାଥରସ ଜନପଦର ସିକନ୍ଦରାବାଦ ଥାନା ଅନ୍ତର୍ଗତ ଫୁଲରଇ ଗାଁରେ ଭୋଲେ ବାବା ସତସଙ୍ଗ ଆୟୋଜିତ ହୋଇଛି। ସମାପନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଲୋକେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ। ଫଳରେ ଦଳଚକଟାରେ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମୃତ ଶରୀରର ଏଟା ମେଡିକାଲ୍ କଲେଜରେ ରଖା ଯାଇଛି। ଆହତଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ଏଟାର ଏସଏସପି ରାଜେଶ କୁମାର ସିଂଙ୍କ ଅନୁଯାୟୀ, ହାଥରସ ଜିଲ୍ଲାର ମୁଗଲଗଢି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ସେହି ସମୟରେ ଦଳଚକଟା ଘଟଣା ଘଟିଛି। ଏ ପର୍ଯ୍ୟନ୍ତ ଏଟା ହସ୍ପିଟାଲରେ ୨୭ ଜଣଙ୍କ ମୃତଦେହ ରହିଛି।ଏଥିରେ ୨୩ ମହିଳା, ୩ ଶିଶୁ ଓ ଜଣେ ପୁରୁଷ ସାମିଲ। ଅନେକ ଆହତଙ୍କ ଚିକିତ୍ସା ଜାରି ସହ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।
उत्तर प्रदेश के हाथरस जिले में हुई दुर्घटना में महिलाओं और बच्चों सहित अनेक श्रद्धालुओं की मृत्यु का समाचार हृदय विदारक है। मैं अपने परिवारजनों को खोने वाले लोगों के प्रति गहन शोक संवेदना व्यक्त करती हूं तथा घायल हुए लोगों के शीघ्र स्वस्थ होने की कामना करती हूं।— President of India (@rashtrapatibhvn) July 2, 2024
ତେବେ ମୃତକଙ୍କ ସଂଖ୍ୟାକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ସହ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଓ ଅଲିଗଡ଼ କମିଶନରଙ୍କ ନେତୃତ୍ଵରେ ଏକ କମିଟି ଗଠନ କରାଯାଇ ଘଟଣାର ପ୍ରକୃତ କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।
जनपद हाथरस की दुर्भाग्यपूर्ण दुर्घटना में हुई जनहानि अत्यंत दुःखद एवं हृदय विदारक है।
मेरी संवेदनाएं शोक संतप्त परिजनों के साथ हैं।
संबंधित अधिकारियों को राहत एवं बचाव कार्यों के युद्ध स्तर पर संचालन और घायलों के समुचित उपचार हेतु निर्देश दिए हैं।
उत्तर प्रदेश सरकार में मा.…— Yogi Adityanath (@myogiadityanath) July 2, 2024
ଅନ୍ୟପଟେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଉତ୍ତରପ୍ରଦେଶର ହାଥରାସ ଜିଲ୍ଲାରେ ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଭକ୍ତଙ୍କ ମୃତ୍ୟୁ ଖବର ହୃଦୟ ବିଦାରକ। ଯେଉଁମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରୁଛି। ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।”
କେବଳ ରାଷ୍ଟ୍ରପତି ନୁହଁନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି।