ହାର୍ଦ୍ଦିକଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା: ଲାଗିଲା ଜରିମାନା, ହୋଇପାରନ୍ତି ବ୍ୟାନ୍ !
ମୁମ୍ୱାଇ ୦୧/୦୫: ମୁମ୍ୱାି ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର କମୁନି ଅଡୁଆ । ବିବାଦ ଯେମିତି ତାଙ୍କ ପିଛା ଛାଡିବାର ନାଁ ଧରୁନି । ପୂର୍ବରୁ ଅଧିନାୟକ ପଦ ଓ ତାଙ୍କ ଦାଦାଗିରି ପାଇଁ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣିଥରେ ତାଙ୍କ ଉପରେ ବୁଲିଛି ବିସିସିଆଇ ଖଣ୍ଡା । ଏବେ ଜରିମାନା ଲାଗିବା ସହ IPL ରୁ ବି ବ୍ୟାନ ହୋଇପାରନ୍ତି । ସୂଚନା ଥାଉକି, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ୩୦ ଏପ୍ରିଲ୍ରେ ଖେଳାଯାଇଥିଲା ମ୍ୟାଚ୍ । ଏକାନ୍ନା ଷ୍ଟାଡିୟମରେ ଲକ୍ଷ୍ନୌ ଏହି ମ୍ୟାଚ୍ରେ ୪ ଓ୍ୱିକେଟ ଓ ୪ଟି ବଲ୍ ଥାଇ ଜିତ୍ ହାସଲ କରିଥିଲା । ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୨୪ ଲକ୍ଷର ଜରିମାନା ଲାଗିଛି । ହାର୍ଦ୍ଦିକ ଏହି ଆଇପିଏଲ୍ରେ ଦ୍ୱିତୀୟଥର ପାଇଁ ସ୍ଲୋ ଓଭର ରେଟିଂ ବୋଲିଂ ପାଇଁ ଦୋଷୀ ହୋଇଛନ୍ତି । ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସଙ୍କ ବିପକ୍ଷରେ ମୁଲ୍ଲାମ୍ପୁରରେ ହୋଇଥିବା ମ୍ୟାଚ୍ରେ ପ୍ରଥମ ଥର ପାଇଁ ଦଣ୍ଡ ଭୋଗିଥିଲେ । ୧୨ ଲକ୍ଷ ଟଙ୍କା ଫାଇନ୍ ବି ଦେଇଥିଲେ । ଏବେ ଏପ୍ରିଲ ୩୦ ମ୍ୟାଚ୍ ପରେ ବିସିସିଆଇ ଜାରି କରିଛି ପ୍ରେସ୍ ରିଲିଜ୍ । ସେଥିରେ କୁହାଯାଇଛି ଯେ, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ ତାଙ୍କ ଟିମ୍ ତରଫରୁ ଏହା ଦ୍ୱିତୀୟ ଥର ଘଟିଲାଣି । ଏହି କାରଣରୁ ୩୦ ଏପ୍ରିଲ୍ ରେ ହୋଇଥିବା ମ୍ୟାଚ୍ରୁ ପାଣ୍ଡ୍ୟାଙ୍କ ଉପରେ ଲାଗିଛି ୨୪ ଲକ୍ଷର ଜ
ମୁମ୍ୱାଇ ୦୧/୦୫: ମୁମ୍ୱାି ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର କମୁନି ଅଡୁଆ । ବିବାଦ ଯେମିତି ତାଙ୍କ ପିଛା ଛାଡିବାର ନାଁ ଧରୁନି । ପୂର୍ବରୁ ଅଧିନାୟକ ପଦ ଓ ତାଙ୍କ ଦାଦାଗିରି ପାଇଁ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣିଥରେ ତାଙ୍କ ଉପରେ ବୁଲିଛି ବିସିସିଆଇ ଖଣ୍ଡା । ଏବେ ଜରିମାନା ଲାଗିବା ସହ IPL ରୁ ବି ବ୍ୟାନ ହୋଇପାରନ୍ତି ।
ସୂଚନା ଥାଉକି, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ୩୦ ଏପ୍ରିଲ୍ରେ ଖେଳାଯାଇଥିଲା ମ୍ୟାଚ୍ । ଏକାନ୍ନା ଷ୍ଟାଡିୟମରେ ଲକ୍ଷ୍ନୌ ଏହି ମ୍ୟାଚ୍ରେ ୪ ଓ୍ୱିକେଟ ଓ ୪ଟି ବଲ୍ ଥାଇ ଜିତ୍ ହାସଲ କରିଥିଲା । ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୨୪ ଲକ୍ଷର ଜରିମାନା ଲାଗିଛି ।
ହାର୍ଦ୍ଦିକ ଏହି ଆଇପିଏଲ୍ରେ ଦ୍ୱିତୀୟଥର ପାଇଁ ସ୍ଲୋ ଓଭର ରେଟିଂ ବୋଲିଂ ପାଇଁ ଦୋଷୀ ହୋଇଛନ୍ତି । ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସଙ୍କ ବିପକ୍ଷରେ ମୁଲ୍ଲାମ୍ପୁରରେ ହୋଇଥିବା ମ୍ୟାଚ୍ରେ ପ୍ରଥମ ଥର ପାଇଁ ଦଣ୍ଡ ଭୋଗିଥିଲେ । ୧୨ ଲକ୍ଷ ଟଙ୍କା ଫାଇନ୍ ବି ଦେଇଥିଲେ ।
ଏବେ ଏପ୍ରିଲ ୩୦ ମ୍ୟାଚ୍ ପରେ ବିସିସିଆଇ ଜାରି କରିଛି ପ୍ରେସ୍ ରିଲିଜ୍ । ସେଥିରେ କୁହାଯାଇଛି ଯେ, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ ତାଙ୍କ ଟିମ୍ ତରଫରୁ ଏହା ଦ୍ୱିତୀୟ ଥର ଘଟିଲାଣି । ଏହି କାରଣରୁ ୩୦ ଏପ୍ରିଲ୍ ରେ ହୋଇଥିବା ମ୍ୟାଚ୍ରୁ ପାଣ୍ଡ୍ୟାଙ୍କ ଉପରେ ଲାଗିଛି ୨୪ ଲକ୍ଷର ଜରିମାନା ରାଶି । ସେହିଭଳି ଅନ୍ୟ ଖେଳାଳିଙ୍କ ଉପରେ ବି ୬ ଲକ୍ଷ ଲେଖାଏଁ ଜରିମାନା ଲାଗିଛି ।
ଆଇପିଏଲ୍ ନିୟମ ଅନୁଯାୟୀ ପ୍ରଥମ ଥର ସ୍ଲୋ ଓଭର ବୋଲିଂ କଲେ ଅଧିନାୟକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଫାଇନ ଲାଗିଥାଏ । ତେବେ ଦ୍ୱିତୀୟ ଥର କ୍ୟାପଟେନ୍ ଦେଇଥାନ୍ତି ୨୪ ଲକ୍ଷ୍ । ସେହିଭଳି ଅନ୍ୟ ସଦସ୍ୟ ବି ୬ ଲକ୍ଷ ଲେଖାଏଁ ଫାଇନ୍ ଦେବେ । ତେବେ ତୃତୀୟ ଥର ଏମିତି ହେଲେ ଗୋଟିେ ମ୍ୟାଚ୍ରୁ ହୋିପାରନ୍ତି ବାସନ୍ଦ ।