ହାଲୋ ଅର୍ବିଟ୍ରେ ପହଞ୍ଚିଲା ISROର ଆଦିତ୍ୟ L1, ମୋଦି କଲେ ପ୍ରଶଂସା
ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।
ଆଦିତ୍ୟ-L1 ପାଇଁ ଐତିହାସିକ ଦିନ। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ । 'ଆଦିତ୍ୟ-L1'। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ପହଞ୍ଚିଛି । L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିଯାବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଗତ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା ।
Greetings from Aditya-L1!
I've safely arrived at Lagrange Point L1, 1.5 million km from my home planet.