ହିଂସାର ରୂପ ନେଲା ଆନ୍ଧ୍ରର ବନ୍ନୀ ଉତ୍ସବ: ୭୦ ଆହତ ୨ ଗୁରୁତର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବାର୍ଷିକ ‘ବନ୍ନୀ ଉତ୍ସବ’ରେ ହିଂସାକାଣ୍ଡ ଘଟି ୭୦ ଜଣ ଆହତ ହୋଇଛନ୍ତି। ଦୁଣ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ରବିବାର(ଅକ୍ଟୋବର ୧୩) ଦଶହରା ଉତ୍ସବ ଅବସରରେ ଆନ୍ଧ୍ର ପ୍ରଦେଶ କୁରନୋଲ ଜିଲ୍ଲାରେ ଏଭଳି ଘଟଣା ଘଟିଛି।ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଦଶହରା ପର୍ବରେ ବନ୍ନୀ ଉତ୍ସବ ପାଳନ କରାଯାଇଥାଏ। ରବିବାର ଏହି ଉତ୍ସବ ପାଳନ ବେଳେ ହିଂସା ଘଟି କୁରନୋଲ ଜିଲ୍ଲା ଦେବରଗାଟ୍ଟୁ ଗାଁର ୭୦ ଜଣ ଆହତ ହୋଇଛନ୍ତି। ହୋଲାଗୁଣ୍ଡା ମଣ୍ଡପରେ ଆୟୋଜିତ ବନ୍ନୀ ଉତ୍ସବ ଏହାର ପାରମ୍ପାରିକ ବାଡ଼ି ଖେଳ ପାଇଁ ଜଣାଶୁଣା। ଏହି ଉତ୍ସବରେ ପ୍ରତିଦ୍ୱନ୍ଦ୍ୱୀ ଗ୍ରାମବାସୀଙ୍କ ମଧ୍ୟରେ ମାଲା ମଲେଶ୍ୱରା ସ୍ୱାମୀଙ୍କ ପ୍ରତିମା ଉପରେ ନିଜର ଦାବି କରିବାକୁ ବାଡ଼ି ଲଢ଼େଇ ଲାଗନ୍ତି। ପରମ୍ପରା ଅନୁସାରେ ପାଳନ ହେଉଥିବା ଏହି ଉତ୍ସବ ଏଥର କିନ୍ତୁ ହିଂସାର ରୂପ ନେଇଥିଲେ। ପୁଲିସ ସରୁକ୍ଷା ସତ୍ତ୍ୱେ ଲାଠି ଚାଲିଥିଲା। ରକ୍ତପାତ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ଶାନ୍ତି କରିବାକୁ ଚେଷ୍ଟା କରିବା ସହ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବନ୍ନୀ ଉତ୍ସବ ପରମ୍ପରା ବହୁ ପୂର୍ବରୁ ପାଳନ ହୋଇ ଆସୁଛି। ହେଲେ ଏହାର ହିଂସକ ରୂପ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଲାଣି। କିଛି ଲୋକ ଏହି ପରମ୍ପରାକୁ ସମର୍ଥନ ଦେଉଥିବା ବେଳେ ଆଉ କିଛି ଏଥିରେ ଆଇନଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍

ହିଂସାର ରୂପ ନେଲା ଆନ୍ଧ୍ରର ବନ୍ନୀ ଉତ୍ସବ: ୭୦ ଆହତ ୨ ଗୁରୁତର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବାର୍ଷିକ ‘ବନ୍ନୀ ଉତ୍ସବ’ରେ ହିଂସାକାଣ୍ଡ ଘଟି ୭୦ ଜଣ ଆହତ ହୋଇଛନ୍ତି। ଦୁଣ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ରବିବାର(ଅକ୍ଟୋବର ୧୩) ଦଶହରା ଉତ୍ସବ ଅବସରରେ ଆନ୍ଧ୍ର ପ୍ରଦେଶ କୁରନୋଲ ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଦଶହରା ପର୍ବରେ ବନ୍ନୀ ଉତ୍ସବ ପାଳନ କରାଯାଇଥାଏ। ରବିବାର ଏହି ଉତ୍ସବ ପାଳନ ବେଳେ ହିଂସା ଘଟି କୁରନୋଲ ଜିଲ୍ଲା ଦେବରଗାଟ୍ଟୁ ଗାଁର ୭୦ ଜଣ ଆହତ ହୋଇଛନ୍ତି। 

ହୋଲାଗୁଣ୍ଡା ମଣ୍ଡପରେ ଆୟୋଜିତ ବନ୍ନୀ ଉତ୍ସବ ଏହାର ପାରମ୍ପାରିକ ବାଡ଼ି ଖେଳ ପାଇଁ ଜଣାଶୁଣା। ଏହି ଉତ୍ସବରେ ପ୍ରତିଦ୍ୱନ୍ଦ୍ୱୀ ଗ୍ରାମବାସୀଙ୍କ ମଧ୍ୟରେ ମାଲା ମଲେଶ୍ୱରା ସ୍ୱାମୀଙ୍କ ପ୍ରତିମା ଉପରେ ନିଜର ଦାବି କରିବାକୁ ବାଡ଼ି ଲଢ଼େଇ ଲାଗନ୍ତି। ପରମ୍ପରା ଅନୁସାରେ ପାଳନ ହେଉଥିବା ଏହି ଉତ୍ସବ ଏଥର କିନ୍ତୁ ହିଂସାର ରୂପ ନେଇଥିଲେ। ପୁଲିସ ସରୁକ୍ଷା ସତ୍ତ୍ୱେ ଲାଠି ଚାଲିଥିଲା। ରକ୍ତପାତ ହୋଇଥିଲା। 

ପୁଲିସ ଘଟଣା ସ୍ଥଳରେ ଶାନ୍ତି କରିବାକୁ ଚେଷ୍ଟା କରିବା ସହ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବନ୍ନୀ ଉତ୍ସବ ପରମ୍ପରା ବହୁ ପୂର୍ବରୁ ପାଳନ ହୋଇ ଆସୁଛି। ହେଲେ ଏହାର ହିଂସକ ରୂପ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଲାଣି। କିଛି ଲୋକ ଏହି ପରମ୍ପରାକୁ ସମର୍ଥନ ଦେଉଥିବା ବେଳେ ଆଉ କିଛି ଏଥିରେ ଆଇନଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି।