ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର ଭାବେ ନେଇ କେନ୍ଦ୍ର ସରକାର କିଛି ହିଂସ୍ର ପ୍ରଜାତିର କୁକୁରଙ୍କ ଉପରେ ନିଷେଧ ଲଗାଇବାକୁ ଯାଉଛନ୍ତି। ପିଟ୍ବୁଲ୍, ଟେରିୟର୍, ଉଲ୍ଫ ଡଗ୍, ରୋଟ୍ଓ୍ବିଲର, ମାଷ୍ଟିଫ୍ ଆଦି ହିଂସ୍ର ପ୍ରଜାତିର କୁକୁର, ମଣିଷ ଉପରେ ଆକ୍ରମଣ କରୁଥିବାର […] The post ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର appeared first on Dharitri Odia News.
ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର ଭାବେ ନେଇ କେନ୍ଦ୍ର ସରକାର କିଛି ହିଂସ୍ର ପ୍ରଜାତିର କୁକୁରଙ୍କ ଉପରେ ନିଷେଧ ଲଗାଇବାକୁ ଯାଉଛନ୍ତି। ପିଟ୍ବୁଲ୍, ଟେରିୟର୍, ଉଲ୍ଫ ଡଗ୍, ରୋଟ୍ଓ୍ବିଲର, ମାଷ୍ଟିଫ୍ ଆଦି ହିଂସ୍ର ପ୍ରଜାତିର କୁକୁର, ମଣିଷ ଉପରେ ଆକ୍ରମଣ କରୁଥିବାର ଅନେକ ନଜିର ରହିଥିବାରୁ ଏହି ସବୁ ପ୍ରଜାତିର କୁକୁରଙ୍କ ଉପରେ ନିଷେଧାଦେଶ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।
ଏହି ହିଂସ୍ର ପ୍ରଜାତିର କୁକୁରମାନଙ୍କର ବିକ୍ରି ଓ ପ୍ରଜନନ ଉପରେ ରୋକ ଲଗାଇବାକୁ ଯୋଜନା ରହିଛି। ଏନେଇ କେନ୍ଦ୍ର ପଶୁପାଳନ ମନ୍ତ୍ରଣାଳୟର ସଚିବ ଓ.ପି ଚୌଧୁରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।
ଏହି ସବୁ ପ୍ରଜାତିର କୁକୁରମାନଙ୍କୁ ଲାଇସେନ୍ସ ପ୍ରଦାନ ନ କରିବାକୁ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି। ବିଭିନ୍ନ ପଶୁକଲ୍ୟାଣକାରୀ ସଂସ୍ଥା ଓ ପରାମର୍ଶଦାତାମାନଙ୍କର ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।
The post ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର appeared first on Dharitri Odia News.