ହିଞ୍ଜିଳିରେ ଭୁଶୁଡିଛି ଆଇନଶୃଙ୍ଖଳା, ନବୀନଙ୍କ ନିର୍ବାଚନମଣ୍ଡଳୀରେ ୨୪ ବର୍ଷରେ ହୋଇଛି ଶହେ ହତ୍ୟା
କନକବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ କେତେ ହତ୍ୟା ହୋଇଛି। ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ବିଧାନସଭାରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମରେ ୨୪ ବର୍ଷରେ ୧୦୦ଟି ହତ୍ୟା ହୋଇଛି। ଯେଉଁ ହତ୍ୟା ଘଟିଛି, ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି କି ନାହିଁ। ଆଉ ସେମାନଙ୍କ ବିରୋଧରେ କି ଦଣ୍ଡବିଧାନ ହୋଇଛି ବୋଲି ବିଧାୟକ ପ୍ରଶ୍ନ ପଚାରିଥିଲେ। ଏହାର ମଧ୍ୟ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଆସନ୍ତୁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଉପରେ ନଜର ପକାଇବା। ହିଞ୍ଜିଳିରେ କେତେ ହତ୍ୟା?୨୪ ବର୍ଷରେ ହିଞ୍ଜିଳିରେ ୧୦୦ ହତ୍ୟା ଘଟିଛିହତ୍ୟା ଘଟଣାରେ ୩୨୮ ଜଣ ହତ୍ୟାକାରୀ ଚିହ୍ନଟସମସ୍ତ ହତ୍ୟାକାରୀଙ୍କୁ ହାଜତକୁ ପଠାଇଛନ୍ତି କୋର୍ଟମୋଟ ୧୦୦ ମାମଲାରୁ ୨ଟି ମାମଲାରେ ଦୋଷୀ ଦଣ୍ଡିତ ୨୨ଟି ମାମଲାର ଦୋଷମୁକ୍ତ୬୯ଟି ମାମଲା ବିଚାରଧୀନ ଅଛିଗଞ୍ଜାମ ଜିଲ୍ଲାରେ ୩୭ଟି ମାମଲାରେ ୪୧ଜଣ ଅପରାଧୀଙ୍କୁ ଏନକାଉଣ୍ଟରଅପରାଧୀ ଗୁଳି ଚାଳନାରେ ୬୩ଜଣ ପୁଲିସ ଅଧିକାରୀ ଆହତ

କନକବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ କେତେ ହତ୍ୟା ହୋଇଛି। ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ବିଧାନସଭାରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମରେ ୨୪ ବର୍ଷରେ ୧୦୦ଟି ହତ୍ୟା ହୋଇଛି। ଯେଉଁ ହତ୍ୟା ଘଟିଛି, ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି କି ନାହିଁ। ଆଉ ସେମାନଙ୍କ ବିରୋଧରେ କି ଦଣ୍ଡବିଧାନ ହୋଇଛି ବୋଲି ବିଧାୟକ ପ୍ରଶ୍ନ ପଚାରିଥିଲେ। ଏହାର ମଧ୍ୟ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଆସନ୍ତୁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଉପରେ ନଜର ପକାଇବା।
ହିଞ୍ଜିଳିରେ କେତେ ହତ୍ୟା?
୨୪ ବର୍ଷରେ ହିଞ୍ଜିଳିରେ ୧୦୦ ହତ୍ୟା ଘଟିଛି
ହତ୍ୟା ଘଟଣାରେ ୩୨୮ ଜଣ ହତ୍ୟାକାରୀ ଚିହ୍ନଟ
ସମସ୍ତ ହତ୍ୟାକାରୀଙ୍କୁ ହାଜତକୁ ପଠାଇଛନ୍ତି କୋର୍ଟ
ମୋଟ ୧୦୦ ମାମଲାରୁ ୨ଟି ମାମଲାରେ ଦୋଷୀ ଦଣ୍ଡିତ
୨୨ଟି ମାମଲାର ଦୋଷମୁକ୍ତ
୬୯ଟି ମାମଲା ବିଚାରଧୀନ ଅଛି
ଗଞ୍ଜାମ ଜିଲ୍ଲାରେ ୩୭ଟି ମାମଲାରେ ୪୧ଜଣ ଅପରାଧୀଙ୍କୁ ଏନକାଉଣ୍ଟର
ଅପରାଧୀ ଗୁଳି ଚାଳନାରେ ୬୩ଜଣ ପୁଲିସ ଅଧିକାରୀ ଆହତ