ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…

ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିଶେଷକରି ରାଜଧାନୀ ଢାକା ଏବଂ ସଲଗ୍ନ ଶାହାବାଗ ଅଞ୍ଚଳରେ ଲୋକେ ଚିନ୍ମୟଙ୍କ ମୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଚିନ୍ମୟ ଦାସ ରାଜଧାନୀ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ପହଞ୍ଚିଥିଲେ। ସେ ଚଟ୍ଟାଗ୍ରାମ ଯାଉଥିଲେ। ତେବେ ସେହି ସମୟରେ […] The post ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା… appeared first on Dharitri Odia News.

ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…
ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିଶେଷକରି ରାଜଧାନୀ ଢାକା ଏବଂ ସଲଗ୍ନ ଶାହାବାଗ ଅଞ୍ଚଳରେ ଲୋକେ ଚିନ୍ମୟଙ୍କ ମୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଚିନ୍ମୟ ଦାସ ରାଜଧାନୀ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ପହଞ୍ଚିଥିଲେ। ସେ ଚଟ୍ଟାଗ୍ରାମ ଯାଉଥିଲେ। ତେବେ ସେହି ସମୟରେ ତାଙ୍କୁ ସାଧା ପୋଷାକ ପିନ୍ଧା କିଛି ଲୋକ ନିଜକୁ ଗୁଇନ୍ଦା ବିଭାଗର ସଦସ୍ୟ ବୋଲି କହି ବିମାନବନ୍ଦରରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ।
ଚିନ୍ମୟ ଦାସଙ୍କ ଉପରେ ଅଭିଯୋଗ କ’ଣ?
ଢାକା ପୋଲିସ କହିଛି ଯେ ଚିନ୍ମୟଙ୍କ ଗିରଫଦାରୀ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଆଧାରରେ ହୋଇଛି। ତାଙ୍କ ବିରୋଧରେ ବାଂଲାଦେଶର ରାଷ୍ଟ୍ରୀୟ ପତାକାକୁ ଅପମାନିତ କରିବା ଅଭିଯୋଗ ହୋଇଛି। ପୂର୍ବତନ ବିଏନ୍‌ପି ନେତା ଫିରୋଜ ଖାନ୍‌ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।
ଚିନ୍ମୟ ଦାସ କିଏ? କାହିଁକି ଚର୍ଚ୍ଚାରେ…
ଚିନ୍ମୟ ଦାସ ଚଟ୍ଟଗ୍ରାମ(ବାଂଲାଦେଶର ଦ୍ୱିତୀୟ ସର୍ବବୃହତ ସହର)ରେ ଚାଲୁଥିବା ପୁଣ୍ଡରିକ ଧାମର ମୁଖ୍ୟ ଅଟନ୍ତି। ହିନ୍ଦୁ ସମୁଦାୟର ପ୍ରମୁଖ ଚେହେରା ଦାସ ଇସ୍କନର ମୁଖପାତ୍ର ଭାବେ ଜଣାଶୁଣା। ତାଙ୍କ ଅନୁଗାମୀ ସାରା ଦେଶରେ ଅଛନ୍ତି। ପୁଣ୍ଡରିକଧାମ ମଧ୍ୟ ବାଲାଂଦେଶ ଇସ୍କନର ଅଂଶ ଅଟେ।
ଦାସ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାରକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି। ଶେଖ ହସିନା ସରକାର ଯିବା ପରଠାରୁ ସେ ହିନ୍ଦୁ ତଥା ଅନ୍ୟାନ୍ୟ  ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଦୃଢ଼ ନିନ୍ଦା କରିଛନ୍ତି।
ଗତ ମାସରେ, ଏକ ଖବରଦାତା ସମ୍ମିଳନୀରେ ଦାସ ସାମ୍ପ୍ରଦାୟିକ ସୌହାର୍ଦ୍ଦ ସ୍ଥାପନ ଲାଗି ଜମାତ-ଏ-ଇସଲାମୀ ବାଲାଂଦେଶ ସମେତ ଅନ୍ୟ ରାଜନୈତିକ ଦଳର ସମର୍ଥନକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଏନ୍‌ପି ଭଳି ଦଳ ସହ ବୈଠକ ମଧ୍ୟ କରିଛନ୍ତି।
କହିରଖୁଛୁ, ବାଂଲାଦେଶର ଜନସଂଖ୍ୟାର ପ୍ରାୟ ୮% ହେଉଛନ୍ତି ହିନ୍ଦୁ। ଯେଉଁ ଇସ୍କନ ସହ ଚିନ୍ମୟଙ୍କ ସାମଞ୍ଜସ୍ୟ ରହିଛି, ତାର ବାଂଲାଦେଶରେ ୭୭ରୁ ଅଧିକ ମନ୍ଦିର ରହିଛି। ଏହି ସଂସ୍ଥା ସହ ପ୍ରାୟ ୫୦ ହଜାର ଲୋକ ଜଡ଼ିତ ଅଛନ୍ତି।

The post ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା… appeared first on Dharitri Odia News.