ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ଭୋର ସମୟ ପର୍ଯ୍ୟନ୍ତ ରକ୍ତ ପ୍ୟାକେଟ ପଡିଥିଲା । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାବେଳେ ରକ୍ତ ଭଣ୍ଡାର ସମ୍ମୁଖରେ କିଏ ଓ କାହିଁକି ରକ୍ତ ପ୍ୟାକେଟ ଫୋପାଡିଲା ତା’ର କାରଣ ଜଣାପଡିନି। ଅନ୍ୟପକ୍ଷେ ଭୋର ହେବା ପରେ ରକ୍ତ ପ୍ୟାକେଟଟି ଗାଏବ ହୋଇ ଯାଇଥିଲା। ରକ୍ତଭଣ୍ଡାର ପାଖରେ […] The post ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌ appeared first on Dharitri Odia News.

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ଭୋର ସମୟ ପର୍ଯ୍ୟନ୍ତ ରକ୍ତ ପ୍ୟାକେଟ ପଡିଥିଲା । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାବେଳେ ରକ୍ତ ଭଣ୍ଡାର ସମ୍ମୁଖରେ କିଏ ଓ କାହିଁକି ରକ୍ତ ପ୍ୟାକେଟ ଫୋପାଡିଲା ତା’ର କାରଣ ଜଣାପଡିନି। ଅନ୍ୟପକ୍ଷେ ଭୋର ହେବା ପରେ ରକ୍ତ ପ୍ୟାକେଟଟି ଗାଏବ ହୋଇ ଯାଇଥିଲା। ରକ୍ତଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ପଡିବା ଓ ପରେ ଗାଏବ ହେବା ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରକାଶଥାଉ କି, ରକ୍ତ ପ୍ୟାକେଟ ବେଆଇନ ଭାବେ ରକ୍ତଣ୍ଡାରରୁ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ବ୍ଲଡ୍‌ ବ୍ୟାଙ୍କ ଅଫିସର ଡାକ୍ତର ଅଜୟ ବାହିନିପତି କୁହନ୍ତି, ଶନିବାର ଭୋର ସମୟରେ ରକ୍ତଭଣ୍ଡାର ପାଖରେ ଦୁଇ ସିକ୍ୟୁରିଟ୍‌ ଗାର୍ଡ ବସିଥିଲେ । ତେବେ ମୁଁ ବ୍ଲଡ୍‌ ପ୍ୟାକେଟ ପଡିଥିବା ଦେଖିବାକୁ ପାଇଲି ନାହିଁ । ଏପରି କରି କିଏ ରକ୍ତଭଣ୍ଡାରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ା

The post ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌ appeared first on Dharitri Odia News.