ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୮।୩: ଭାଜପାର ଅଭିଯୋଗ ପରେ ଚେତିଲା ବିଜେଡି। ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି । ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି । ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି । ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍‌ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ।  […] The post ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୮।୩: ଭାଜପାର ଅଭିଯୋଗ ପରେ ଚେତିଲା ବିଜେଡି। ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି ।

ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି । ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି । ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍‌ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ।  କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଜେଡି ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରିଛି । ସମ୍ମାନ କଥା କହି ତାଙ୍କୁ ବାରମ୍ବାର ଅସମ୍ମାନ କରିଛି । ବିଜୁ ବାବୁଙ୍କୁ ମୋହନ ମାଝୀଙ୍କ ସରକାର ସବୁବେଳେ ଆଗ ଧାଡ଼ିରେ ରଖିଛି। ଗଲା ନିର୍ବାଚନରେ ବିଜୁ ବାବୁଙ୍କ ଫଟୋ କାଢ଼ି ଦେଇଥିଲା ବିଜେଡି। ଏବେ ପାଦ ତଳୁ ମାଟି ଖସିଗଲାଣି ବୋଲି ବିଜୁଙ୍କୁ ନେଇ ରାଜନୀତି କରୁଛି ଦଳ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ।

 

 

The post ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.