ବିହାର ଜେ‌ହାନାବାଦ ଶିବ ମନ୍ଦିରରେ ଦଳାଚକଟା; ୭ ମୃତ, ୧୬ ଆହତ

ପାଟନା: ବିହାରର ଜେହାନାବାଦ ଜିଲ୍ଲା ଅଧୀନ ଏକ ମନ୍ଦିରରେ ଦଳାଚକଟା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟ‌ରେ ଅଧିକାଂଶ କାଉଡ଼ିଆ ଅଛନ୍ତି। ମଖଦମପୁର ଅଞ୍ଚଳରେ ଥିବା ବାବା ସିଦ୍ଧନାଥ ମନ୍ଦିରରେ ଏହି ଦଳାଚକଟା ହୋଇଥିଲା। ଘଟଣ‌ାସ୍ଥଳରେ ମୁତୟନ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଡିସଚାର୍ଜ ହୋଇ ସାରିଥିବାବେଳେ ୭ ଜଣ […]

ବିହାର ଜେ‌ହାନାବାଦ ଶିବ ମନ୍ଦିରରେ ଦଳାଚକଟା; ୭ ମୃତ, ୧୬ ଆହତ

ପାଟନା: ବିହାରର ଜେହାନାବାଦ ଜିଲ୍ଲା ଅଧୀନ ଏକ ମନ୍ଦିରରେ ଦଳାଚକଟା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟ‌ରେ ଅଧିକାଂଶ କାଉଡ଼ିଆ ଅଛନ୍ତି। ମଖଦମପୁର ଅଞ୍ଚଳରେ ଥିବା ବାବା ସିଦ୍ଧନାଥ ମନ୍ଦିରରେ ଏହି ଦଳାଚକଟା ହୋଇଥିଲା। ଘଟଣ‌ାସ୍ଥଳରେ ମୁତୟନ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଡିସଚାର୍ଜ ହୋଇ ସାରିଥିବାବେଳେ ୭ ଜଣ ଏବେ ବି ହସ୍ପିଟାଲ୍‌ରେ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିର ପରିସରରେ କାଉଡ଼ିଆମାନଙ୍କ ମଧ୍ୟରେ କିଛି ବିବାଦ ପାଇଁ ଏହି ସ୍ଥିତି ଉପୁଜିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମନ୍ଦିର ବାହାରେ କିଛି କାଉଡ଼ିଆ ଏବଂ ଫୁଲ ବିକାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଏହା ବଢ଼ିଯିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଶ୍ରାବଣ ମାସର ଚତୁର୍ଥ ସୋମବାର ପାଇଁ ମନ୍ଦିରରେ ପ୍ରବଳ ଗହଳି ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।