ମନ୍ତ୍ରୀଙ୍କ ପାଖ ଲୋକ କହି ଟଙ୍କା ଠକିନେବା ଘଟଣା: ଧରାପଡ଼ିଲେ ଅଭିଯୁକ୍ତ
ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ (ଖ)ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ କେତେଜଣ ମନ୍ତ୍ରୀଙ୍କ ପାଖ ଲୋକ କହି ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବା,ବଦଳି ଓ ଚାକିରିକୁ ନିୟମିତ କରିବା ପାଇଁ ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ। କିନ୍ତୁ କାମ ନ ହେବାରୁ ଟଙ୍କା ଦେଇଥିବା ବ୍ୟକ୍ତି ଠକେଇର ଶିକାର ହୋଇଥିବା ଜାଣି ତାଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହୋଇଛନ୍ତି। ଯୁବକ ଜଣକ […] The post ମନ୍ତ୍ରୀଙ୍କ ପାଖ ଲୋକ କହି ଟଙ୍କା ଠକିନେବା ଘଟଣା: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.
ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ (ଖ)ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ କେତେଜଣ ମନ୍ତ୍ରୀଙ୍କ ପାଖ ଲୋକ କହି ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବା,ବଦଳି ଓ ଚାକିରିକୁ ନିୟମିତ କରିବା ପାଇଁ ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ। କିନ୍ତୁ କାମ ନ ହେବାରୁ ଟଙ୍କା ଦେଇଥିବା ବ୍ୟକ୍ତି ଠକେଇର ଶିକାର ହୋଇଥିବା ଜାଣି ତାଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହୋଇଛନ୍ତି। ଯୁବକ ଜଣକ ଫେରାର ହୋଇଯାଇଛନ୍ତି।
ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଲୋଇସିଂହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜାନୁୟାରୀ ୩୦ ତାରିଖ ଜିଲା ପୋଲିସ ନିର୍ଦ୍ଦେଶରେ ଆଗଲପୁର ଓ ଲୋଇସିଂହା ପୋଲିସ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସମ୍ପୃକ୍ତ ଯୁବକ ଜଣକ କେଉଁଠି ଗୋପନରେ ରହିଛନ୍ତି ସେସବୁ ଛାନଭିନ୍ ଚଳାଇଥିଲା। ବରଗଡ ଅଞ୍ଚଳରୁ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଲୋଇସିଂହା ଥାନରେ ଅଟକ ରଖିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ରହିଥିବାବେଳେ ସୋମବାର ଲୋଇସିଂହା ବ୍ଲକ ପରିସରରେ ଜିଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ଶିବିର ରହିଥିଲା। ଏଣୁ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଚର୍ଚ୍ଚା ହେଉଛି।
The post ମନ୍ତ୍ରୀଙ୍କ ପାଖ ଲୋକ କହି ଟଙ୍କା ଠକିନେବା ଘଟଣା: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.