ଚିକିଟି ମଦମୃତ୍ୟୁ: ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଚାଲିଥିବା କହିଲେ ବିଧାୟକ
ଭୁବନେଶ୍ୱର,୨୧।୮: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ତେବେ ଏହି ଘଟଣାରେ ବିଜେଡିକୁ ଟାଣିଲେ ସ୍ଥାନୀୟ ଭାଜପା ବିଧାୟକ। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଏହି ମଦ କାରବାର ଚାଲିଥିଲା। […] The post ଚିକିଟି ମଦମୃତ୍ୟୁ: ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଚାଲିଥିବା କହିଲେ ବିଧାୟକ appeared first on Dharitri Odia News.
ଭୁବନେଶ୍ୱର,୨୧।୮: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ତେବେ ଏହି ଘଟଣାରେ ବିଜେଡିକୁ ଟାଣିଲେ ସ୍ଥାନୀୟ ଭାଜପା ବିଧାୟକ। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଏହି ମଦ କାରବାର ଚାଲିଥିଲା। ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଏ କଥା କହିଥିବା ସେ କହିଛନ୍ତି।
କେବଳ ରାଜନୀତି ପାଇଁ ବିଜେଡି ପ୍ରସଙ୍ଗ ଉଠାଉଛି। ତଦନ୍ତ ହେଲେ ଜଣାପଡ଼ିବ ଏଥିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି। ସରକାରଙ୍କୁ ବଦନାମ କରିବାକୁ ଏହା ବିଜେଡିର ଚକ୍ରାନ୍ତ ବୋଲି ବିଧାୟକ କହିଛନ୍ତି।
ଗତ ସୋମବାର ଦେଶୀ ମଦ ପିଇ ଜେନା ପୁର ଓ କରବlଲୁଆ ଗ୍ରାମରେ ୨୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ୧୪ଜଣ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ଜୁରା ବେହେରାଙ୍କ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବୁଧବାର ସକାଳେ ମୃତଦେହକୁ ବ୍ୟବଚ୍ଛେଦ ହୋଇ ପରିବାରଙ୍କୁ ହସ୍ତାନ୍ତର କରିବା ପରେ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ଚିକିଟି ମୁଖ୍ୟ ବଜାରରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପହଞ୍ଚି ଚିକିଟି ଏସଡିପିଓ ବିଶାମିତ୍ର ହରପାଲ,ଚିକିଟି ତହସିଲଦାର ବଳଦେବ ବେହେରା,କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ପରିବାରଙ୍କ ସହ ମିଶି ଆଲୋଚନା କରିଥିବା ଜଣାପଡିଛି।
The post ଚିକିଟି ମଦମୃତ୍ୟୁ: ବର୍ଷବର୍ଷ ଧରି ବିଜେଡି ଲିଙ୍କ୍ରେ ଚାଲିଥିବା କହିଲେ ବିଧାୟକ appeared first on Dharitri Odia News.