ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟକୁ ମିଛ କହିଲେ ବୁଚ୍ ଦମ୍ପତି
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ। ଜବାବ ରଖିଲେ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି... The post ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟକୁ ମିଛ କହିଲେ ବୁଚ୍ ଦମ୍ପତି appeared first on .
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ। ଜବାବ ରଖିଲେ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ଅଧ୍ଯକ୍ଷା ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ । ହିଣ୍ଡେନବର୍ଗ ରିପୋର୍ଟକୁ ମିଥ୍ଯା ବୋଲି ଦର୍ଶାଇଛନ୍ତି ବୁଚ ଦମ୍ପତି ।
ଆଦାନୀ ଗ୍ରୁପ ଫଣ୍ଡ ସହ ବୁଚ ଦମ୍ପତିଙ୍କ ସମ୍ପତ୍ତିର ସମ୍ପର୍କ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ତଥ୍ଯ ଦେଇଥିଲା ସେହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବୁଚ ଦମ୍ପତି । ମାଧବୀ କହିଛନ୍ତି- ସେ ସେବିରେ ଯୋଗ ଦେବାର ୨ ବର୍ଷ ପୂର୍ବରୁ ଏହି ଫଣ୍ଡରେ ସେମାନେ ନିବେଶ କରିଥିଲେ । ୨୦୧୫ରେ ଆଇପିଇ ପ୍ଲସ ଫଣ୍ଡ ୧ରେ ସେମାନେ ନିବେଶ କରିଥିଲେ । ଏହାକୁ ପରିଚାଳନା କରୁଥିଲା ୩୬୦ ୱାନ ଆସେଟ ଆଣ୍ଡ ୱେଲଥ ମ୍ଯାନେଜମେଣ୍ଟ । ସେମାନେ ସେତେବେଳେ ସିଙ୍ଗାପୁରରେ ରହୁଥିଲେ । ଚିଫ ଇନଭେଷ୍ଟମେଣ୍ଟ ଅଫିସର ଅନିଲ ଆହୁଜ ହେଉଛନ୍ତି ଧବଳଙ୍କ ବନ୍ଧୁ । ସେ ସିଟିବ୍ଯାଙ୍କ, ଜେପି ମୋର୍ଗାନ ଓ ଥ୍ରୀ ଆଇ ଗ୍ରୁପର ପୂର୍ବତନ କର୍ମଚାରୀ ଥିଲେ । ୨୦୧୮ରେ ଫଣ୍ଡର ସିଆଇଓ ପଦରୁ ଆହୁଜା ଇସ୍ତଫା ଦେଇଥିଲେ । ପରେ ତାଙ୍କ ଫଣ୍ଡକୁ ସେମାନେ ଅକ୍ତିଆର କରିଥିଲେ ।
ଗତ ଶନିବାର ଆଦାନୀ ଗରୁପ ସମ୍ପର୍କରେ ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ଚାଞ୍ଚଲ୍ଯକର ତଥ୍ଯ ପ୍ରଦାନ କରିଥିଲା । ରିପୋର୍ଟରେ କୁହାଯାଇଥିଲା, ବିଦେଶରେ ଥିବା ସଂସ୍ଥା ଜରିଆରେ ବେଆଇନ ଅର୍ଥ କାରବାର ସ୍କାଣ୍ଡାଲ ସହ ମାଧବୀ ପୁରି ବୁଚଙ୍କ ସମ୍ପର୍କ ଥିଲା । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଇଆଇଏଏଫଏଲ ଜରିଆରେ ଆଦାନୀ ଗରୁପର ଜଣେ ନିର୍ଦ୍ଦେଶକଙ୍କ ଦ୍ବାରା ମରିସସରେ ଆଇପିଇ ପ୍ଲସ ଫଣ୍ଡ ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ବଜାରରେ ନିବେଶ କରିବା ଲାଗି ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀଙ୍କ ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ଥିଲା। ସେବିରେ ଯୋଗଦାନର କିଛି ସପ୍ତାହ ପୂର୍ବରୁ ଯାଞ୍ଚ ଏଡାଇବା ଲାଗି ଧବଳ ବୁଚ ସେମାନଙ୍କ ନିବେଶକୁ ନିଜ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଆଣିବା ଲାଗି ପଦକ୍ଷେପ ନେଇଥିଲେ । ସେବିରେ ଅଧ୍ଯକ୍ଷା ଥିବାବେଳେ ଗତ ଫେବୃଆରୀ ୨୦୧୮ରେ ନିଜ ଜି-ମେଲ ଆକାଉଣ୍ଟକୁ ବ୍ଯବହାର କରି ତାଙ୍କ ସ୍ବାମୀଙ୍କ ନାମ ଜରିଆରେ ଫଣ୍ଡ ପରିଚାଳନା ଲାଗି ଆଇଆଇଏଫଏଲକୁ ଜଣାଇଥିଲେ ବୋଲି ଦର୍ଶାଇଛି ହିଣ୍ଡେନବର୍ଗ ।
The post ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟକୁ ମିଛ କହିଲେ ବୁଚ୍ ଦମ୍ପତି appeared first on .