ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ଥୁଆମୂଳ ରାମପୁର,୨୯ା୪ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଧ୍ରୁବଚରଣ ଚରଣ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, ଏସ୍‌ପି ନାଗରାଜ ଦେବେରକୋଣ୍ତା, ତହସିଲଦାର ନିରୋଜ କୁମାର ଭତ୍ରା, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ହିତାଧିକାରୀଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ବ୍ଲକର ସମସ୍ତ ଲାଇନ ବିଭାଗ, ଜେଇ, […] The post ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ appeared first on Dharitri Odia News.

ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ଥୁଆମୂଳ ରାମପୁର,୨୯ା୪ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଧ୍ରୁବଚରଣ ଚରଣ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, ଏସ୍‌ପି ନାଗରାଜ ଦେବେରକୋଣ୍ତା, ତହସିଲଦାର ନିରୋଜ କୁମାର ଭତ୍ରା, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ହିତାଧିକାରୀଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ବ୍ଲକର ସମସ୍ତ ଲାଇନ ବିଭାଗ, ଜେଇ, ଏଏଇ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଦେବେନ୍ଦ୍ର କୁମାର ମହାନନ୍ଦ, ଜିପିଡିଓ ତ୍ରିଲୋଚନ ନାଏକ, ବିଏସ୍‌ଏସ୍‌ଓ ସୁନାରାମ ସୋରେନ, ବ୍ଳକ ଯୋଗାଣ ଅଧିକାରୀ ବିଭୂ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

The post ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ appeared first on Dharitri Odia News.