ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

ଭୁବନେଶ୍ୱର ୦୧/୦୩: ଆଜିଠୁୁ ଖୋଲିବ ନୂଆ ରାସନ କାର୍ଡ ପାଇଁ ପୋର୍ଟାଲ । ବାଦ୍‌ ପଡ଼ିଥିବା ଓ ଜମାରୁ ନ ଥିବା ହିତାଧିକାରୀ ରାସନକାର୍ଡ ନିମନ୍ତେ ଆବେଦନ କରିପାରିବେ । ଅଦ୍ୟାବଧି  ୪ ଲକ୍ଷ ମୃତକଙ୍କ ନାମରେ ଥିବା ରାସନକାର୍ଡ କଟି ସାରିଲାଣି । ଆଗକୁ ସର୍ଭେ ହେବ । ସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବ । ଶୂନ୍ୟ ଆୟକର ଦେଉଥିବା ବ୍ୟକ୍ତିଙ୍କ  ରାସନକାର୍ଡ ସର୍ଭେ ହେବ । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କ କାର୍ଡ କଟିବ ନାହିଁ । ସମ୍ବଲପୁରରେ ଶୁକ୍ରବାର ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇ ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୯୨% ଇ-କେୱାଇସି ଶେଷ  ହୋଇଛି । ଏବେ ନୂଆ ରାସନ କାର୍ଡ ଦିଆଯିବା  ପ୍ରକ୍ରିୟା ଆରମ୍ଭ ହେବ । ସର୍ଭେ କରିବା ପରେ ନୂଆ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ  କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଖରିଫ୍‌ ଭଳି ରବି ଋତୁରେ  ମଧ୍ୟ ଚାଷୀଙ୍କୁ ଅତିରିକ୍ତ ବୋନସ୍‌ ପ୍ରଦାନ କରାଯିବ । କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ହିସାବରେ ଧାନ କ୍ରୟ କରାଯିବ । ଏହାଦ୍ୱାରା  ପଶ୍ଚିମ ଓଡ଼ିଶାର ଚାଷୀ ବିଶେଷ ଉପକୃତ  ହେବେ । ଜଳସେଚିତ ଅଞ୍ଚଳରେ ରବି  ଋତୁରେ ଧାନ ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇବେ। ସମ୍ବଲପୁରରେ ଧାନକିଣା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ,  ଜିଲ୍ଲାରେ ବିନା କ

ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

ଭୁବନେଶ୍ୱର ୦୧/୦୩: ଆଜିଠୁୁ ଖୋଲିବ ନୂଆ ରାସନ କାର୍ଡ ପାଇଁ ପୋର୍ଟାଲ । ବାଦ୍‌ ପଡ଼ିଥିବା ଓ ଜମାରୁ ନ ଥିବା ହିତାଧିକାରୀ ରାସନକାର୍ଡ ନିମନ୍ତେ ଆବେଦନ କରିପାରିବେ । ଅଦ୍ୟାବଧି  ୪ ଲକ୍ଷ ମୃତକଙ୍କ ନାମରେ ଥିବା ରାସନକାର୍ଡ କଟି ସାରିଲାଣି । ଆଗକୁ ସର୍ଭେ ହେବ । ସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବ । ଶୂନ୍ୟ ଆୟକର ଦେଉଥିବା ବ୍ୟକ୍ତିଙ୍କ  ରାସନକାର୍ଡ ସର୍ଭେ ହେବ । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କ କାର୍ଡ କଟିବ ନାହିଁ । 

ସମ୍ବଲପୁରରେ ଶୁକ୍ରବାର ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇ ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୯୨% ଇ-କେୱାଇସି ଶେଷ  ହୋଇଛି । ଏବେ ନୂଆ ରାସନ କାର୍ଡ ଦିଆଯିବା  ପ୍ରକ୍ରିୟା ଆରମ୍ଭ ହେବ । ସର୍ଭେ କରିବା ପରେ ନୂଆ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ  କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଖରିଫ୍‌ ଭଳି ରବି ଋତୁରେ  ମଧ୍ୟ ଚାଷୀଙ୍କୁ ଅତିରିକ୍ତ ବୋନସ୍‌ ପ୍ରଦାନ କରାଯିବ । 

କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ହିସାବରେ ଧାନ କ୍ରୟ କରାଯିବ । ଏହାଦ୍ୱାରା  ପଶ୍ଚିମ ଓଡ଼ିଶାର ଚାଷୀ ବିଶେଷ ଉପକୃତ  ହେବେ । ଜଳସେଚିତ ଅଞ୍ଚଳରେ ରବି  ଋତୁରେ ଧାନ ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇବେ। ସମ୍ବଲପୁରରେ ଧାନକିଣା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ,  ଜିଲ୍ଲାରେ ବିନା କଟ୍‌ନୀଛଟ୍‌ନୀରେ ଧାନ କିଣାଯାଇଛି । 

କଟ୍‌ନୀଛଟନୀ କରୁଥିବା ମିଲ୍‌କୁ ସିଲ୍‌ କରାଯାଇଛି । ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚାଷୀଙ୍କଠାରୁ ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଧାନସଂଗ୍ରହ ଉଦ୍ଦେଶ୍ୟ ସାକାର ହୋଇଛି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର କହିଛନ୍ତି, ଜିଲ୍ଲାରେ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି । 

ଏହା ବାବଦକୁ ୯୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ମନ୍ତ୍ରୀ ସବିଶେଷ ଆଲୋଚନା କରି ଚାଷୀଙ୍କ କଥା ବୁଝିଥିଲେ । ସ୍ଥାନୀୟ ବିଧାୟକ  ଜୟନାରାୟଣ ମିଶ୍ର, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ, ଯୋଗାଣ ବିଭାଗୀ ଅଧିକାରୀ  ମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।