ହିନା କାଟିଲେ ପୂରା କେଶ, ଟୋପି ପିନ୍ଧି ଦେଖାଇଲେ ନୂଆ ଲୁକ

ମୁମ୍ଵାଇ ୩୧।୦୭: ଟେଲି ଅଭିନେତ୍ରୀ ହିନା ଖାନ । ବର୍ତ୍ତମାନ ସେ ସ୍ତନ କର୍କଟ ରୋଗ ସହ ଲଢୁଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଛନ୍ତି । ସେ ଏବେ କର୍କଟର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏହି ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନେକ କଷ୍ଟର ସମ୍ମୁଖୀନ ହେବା ସତ୍ତ୍ଵେ ହିନା କର୍କଟ ବିରୋଧରେ ଲଢେଇ ଜାରି ରଖିଛନ୍ତି।  ଅଭିନେତ୍ରୀଙ୍କ ସକାରାତ୍ମକତା ଶୈଳୀକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିବା ସହ ସମସ୍ତେ ତାଙ୍କର ସାହାସକୁ ବହୁତ ପ୍ରଶଂସା କରୁଛନ୍ତି ।View this post on InstagramA post shared by ???????????????? ???????????????? (@realhinakhan)ଛୋଟ କେଶ କାଟିବା ପରେ ଏବେ ହିନା କେଶକୁ ସଂପୂର୍ଣ୍ଣ ଭାବେ ଉଡାଇ ଦେଇଛନ୍ତି। ନିକଟରେ ଅଭିନେତ୍ରୀ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର ପୂରା କେଶ କାଟି ଦେଇଛନ୍ତି । ପ୍ରଶଂସକଙ୍କ ସହ ସେ ନିଜ ସ୍କିନ୍‌ ରୁଟିନ୍ ମଧ୍ୟ ସେୟାର କରିଛନ୍ତି । ଗତକାଲି ରାତିରେ ହିନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବିଜ୍ଞାପନ କ୍ୟାପେନ୍‌ ସେୟାର କରିଛନ୍ତି। ଭିଡିଓରେ ସେ ଧଳା ରଙ୍ଗର ଟି-ସାର୍ଟ ଏବଂ କଳା ରଙ୍ଗର ଟୋପି ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଟୋପି ପିନ୍ଧି ହିନା ମୁଣ୍ଡ ଘୋଡାଇଥିବାର ଦେଖିବାକୁ ମିଳିଛି।ସେୟାର ହୋଇଥିବା ଭିଡିଓରେ, ହିନା ଖାନ ତାଙ

ହିନା କାଟିଲେ ପୂରା କେଶ, ଟୋପି ପିନ୍ଧି ଦେଖାଇଲେ ନୂଆ ଲୁକ

ମୁମ୍ଵାଇ ୩୧।୦୭: ଟେଲି ଅଭିନେତ୍ରୀ ହିନା ଖାନ । ବର୍ତ୍ତମାନ ସେ ସ୍ତନ କର୍କଟ ରୋଗ ସହ ଲଢୁଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଛନ୍ତି । ସେ ଏବେ କର୍କଟର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏହି ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନେକ କଷ୍ଟର ସମ୍ମୁଖୀନ ହେବା ସତ୍ତ୍ଵେ ହିନା କର୍କଟ ବିରୋଧରେ ଲଢେଇ ଜାରି ରଖିଛନ୍ତି।  ଅଭିନେତ୍ରୀଙ୍କ ସକାରାତ୍ମକତା ଶୈଳୀକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିବା ସହ ସମସ୍ତେ ତାଙ୍କର ସାହାସକୁ ବହୁତ ପ୍ରଶଂସା କରୁଛନ୍ତି ।

ଛୋଟ କେଶ କାଟିବା ପରେ ଏବେ ହିନା କେଶକୁ ସଂପୂର୍ଣ୍ଣ ଭାବେ ଉଡାଇ ଦେଇଛନ୍ତି। ନିକଟରେ ଅଭିନେତ୍ରୀ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର ପୂରା କେଶ କାଟି ଦେଇଛନ୍ତି । ପ୍ରଶଂସକଙ୍କ ସହ ସେ ନିଜ ସ୍କିନ୍‌ ରୁଟିନ୍ ମଧ୍ୟ ସେୟାର କରିଛନ୍ତି । ଗତକାଲି ରାତିରେ ହିନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବିଜ୍ଞାପନ କ୍ୟାପେନ୍‌ ସେୟାର କରିଛନ୍ତି। ଭିଡିଓରେ ସେ ଧଳା ରଙ୍ଗର ଟି-ସାର୍ଟ ଏବଂ କଳା ରଙ୍ଗର ଟୋପି ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଟୋପି ପିନ୍ଧି ହିନା ମୁଣ୍ଡ ଘୋଡାଇଥିବାର ଦେଖିବାକୁ ମିଳିଛି।

ସେୟାର ହୋଇଥିବା ଭିଡିଓରେ, ହିନା ଖାନ ତାଙ୍କ ମୁଣ୍ଡରୁ ସମସ୍ତ କେଶ କାଟିବା ପରେ ମଧ୍ୟ ସାହସର ସହିତ ସ୍କିନ୍ କେୟାର ବ୍ରାଣ୍ଡକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ସମୟ ମଧ୍ୟରେ ଅଭିନେତ୍ରୀ ନୋ-ମେକଅପ୍ ଲୁକ୍‌ରେ ଅଛନ୍ତି । ଅଭିନେତ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ।