ସ୍କୁଟି ଥୋଇ ଡେଇଁପଡିଲେ ବିସ୍କୁଟ ଦୋକାନୀ, ବୈତରଣୀରେ ଭାସୁଛି ମୃତଦେହ

ବଡବିଲ ୩୧/୧୨: ଚମ୍ପୁଆ ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ। ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ ।ବ୍ୟକ୍ତିଙ୍କ ମୃତଦେହ ନଦୀରେ ଭାସୁଛି ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। ସୂଚନାଥାଉକି, ବୈତରଣୀ ନଦୀ ପୋଲ ଜଣେ ଦୋକାନୀ ସ୍କୁଟି ରଖି ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ସ୍କୁଟି ଜବତ କରିଥିବା ଜଣାପଡିଛି। ନଦୀରେ ଭାସୁଥିବା ମୃତକ ଜଣକ ଚମ୍ପୁଆ ବ୍ଲକ ଅଫିସ୍ ନିକଟ ବିସ୍କୁଟ ହୋଲସେଲିଂ ଦୋକାନୀ ବସନ୍ତ ପାତ୍ର ବୋଲି ସନ୍ଦେହ କରାଯାଉଛି। ଏନେଇ ଅଗ୍ନିଶମ ଟିମ୍‌କୁ ସୂଚନା ଦିଆଯାଇଛି। ତେବେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ପୋଲିସ  ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି। 

ସ୍କୁଟି ଥୋଇ ଡେଇଁପଡିଲେ ବିସ୍କୁଟ ଦୋକାନୀ, ବୈତରଣୀରେ ଭାସୁଛି ମୃତଦେହ

ବଡବିଲ ୩୧/୧୨: ଚମ୍ପୁଆ ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ। ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ ।ବ୍ୟକ୍ତିଙ୍କ ମୃତଦେହ ନଦୀରେ ଭାସୁଛି ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। 

ସୂଚନାଥାଉକି, ବୈତରଣୀ ନଦୀ ପୋଲ ଜଣେ ଦୋକାନୀ ସ୍କୁଟି ରଖି ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ସ୍କୁଟି ଜବତ କରିଥିବା ଜଣାପଡିଛି। ନଦୀରେ ଭାସୁଥିବା ମୃତକ ଜଣକ ଚମ୍ପୁଆ ବ୍ଲକ ଅଫିସ୍ ନିକଟ ବିସ୍କୁଟ ହୋଲସେଲିଂ ଦୋକାନୀ ବସନ୍ତ ପାତ୍ର ବୋଲି ସନ୍ଦେହ କରାଯାଉଛି। 

ଏନେଇ ଅଗ୍ନିଶମ ଟିମ୍‌କୁ ସୂଚନା ଦିଆଯାଇଛି। ତେବେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ପୋଲିସ  ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି।