ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗର ପୂର୍ବାଞ୍ଚଳ କ୍ଷେତ୍ରୀୟ ମୁଖ୍ୟ ନିର୍ମଳ କୁମାର ଦୁବେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ଭାଷା ହିନ୍ଦୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା, ହିନ୍ଦୀ କର୍ମଶାଳା, ହିନ୍ଦୀ […] The post ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ appeared first on Dharitri Odia News.

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗର ପୂର୍ବାଞ୍ଚଳ କ୍ଷେତ୍ରୀୟ ମୁଖ୍ୟ ନିର୍ମଳ କୁମାର ଦୁବେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ଭାଷା ହିନ୍ଦୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା, ହିନ୍ଦୀ କର୍ମଶାଳା, ହିନ୍ଦୀ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମର ଆୟୋଜନ, ଉପ-କମିଟି ଗଠନ, ସମିତି ପକ୍ଷରୁ ପତ୍ରିକା ଏବଂ କାର୍ଯ୍ୟାଳୟରେ ହିନ୍ଦୀ ଭାଷାର ବ୍ୟାପକ ବ୍ୟବହାର ଓ କାର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଗତ ତ୍ରୈମାସରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ବୈଠକରେ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ନାଲ୍‌କୋ ସିଏମ୍‌ଡି ପାତ୍ର ହିନ୍ଦୀ ଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ସହ ନିଜ କାର୍ଯ୍ୟାଳୟରେ ହିନ୍ଦୀର ବ୍ୟବହାର ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କମ୍ପାନୀ ଗୁଡିକର ଅଧିକାରୀମାନେ ଯୋଗଦେଇଥିଲେ।
ଏହି ପରିପ୍ରେକ୍ଷୀରେ ନାଲ୍‌କୋର ସମୂହ ମହାପ୍ରବନ୍ଧକ (ପ୍ରଶାସନ ଓ କର୍ପୋରେଟ ଯୋଗାଯୋଗ) ଆଶୁତୋଷ ରଥ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ପରିଚାଳକ (ରାଜଭାଷା) ହିମାଂଶୁ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ appeared first on Dharitri Odia News.