ହିନ୍ଦୁ ମନ୍ଦିରକୁ ଯାଇ ଦର୍ଶନ କଲେ ମୁସଲମାନ ସାଂସଦ, ଜାଣନ୍ତୁ କହିଲେ କ’ଣ?

ପାନାମା ୨୮।୫: ଭାରତୀୟ ସାଂସଦଙ୍କ ପ୍ରତିନିଧି ମଣ୍ଡଳ ଏବେ ବିଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ପାନାମା ପହଞ୍ଚିଥିବା ବେଳେ ପାନାମା ସିଟି ସ୍ଥିତ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ସବୁଠୁ ଖାସ କଥା ଯାହା  ତାହା ହେଉଛି ଏହି ପ୍ରତିନିଧି ମଣ୍ଡଳରେ ମୁସଲମାନ ସାଂସଦ ସରଫରାଜ ଅହମ୍ମଦ ମଧ୍ୟ ସାମିଲ ଥିଲେ ଓ ସେ ଅନ୍ୟ ସାଂସଦଙ୍କ ସହିତ ଦର୍ଶନ ନିମନ୍ତେ ମନ୍ଦିର ଯାଇଥିଲେ। ମନ୍ଦିର ଦର୍ଶନ ନିମନ୍ତେ  ସରଫରାଜଙ୍କ ନିଷ୍ପତ୍ତିକୁ ଶଶି ଥରୁର ଉଚ୍ଚ ପ୍ରଶଂସା କରିଛନ୍ତି। ଏ ନେଇ ଥରୁର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଥରୁର ଲେଖିଛନ୍ତି ‘ବହୁଦଳୀୟ ସାଂସଦଙ୍କ ପ୍ରତିନିଧି ଦଳ ପାନାମା ସିଟିରେ ଭାରତୀୟ ସଂସ୍କୃତି କେନ୍ଦ୍ର ଗସ୍ତ କରିଛନ୍ତି  ଓ ସେଠାରେ ସୁନ୍ଦର ମନ୍ଦିରକୁ ଯାଇ ଦର୍ଶନ କରିଛୁ। ତେବେ ଏହା ଦେଖିବା ସବୁଠୁ ଭାବୁକ କ୍ଷଣ ଥିଲା ଯେଉଁଥିରେ ଆମ ସହକର୍ମୀ ସରଫରାଜ ଅହମ୍ମଦ ତାଙ୍କର ହିନ୍ଦୁ ଓ ଶିଖ୍ ସାଥୀଙ୍କ ଗହଣରେ ମନ୍ଦିର ଦର୍ଶନ କରିଛନ୍ତି। ଏଥିରେ ସରଫରାଜ ପରେ କହିଥିଲେ ଯେ ‘ଯଦି ନିମନ୍ତ୍ରଣଦାତାଙ୍କ ଆପତ୍ତି ନାହିଁ ତେବେ ନିମନ୍ତ୍ରିତ ଯିବାକୁ ଆପତ୍ତି କରିବେ କାହିଁକି?’’The multi-party MPs’ delegation visited the Indian Cultural Centre in Panama City and offered devotions at the beautiful temple there. It was moving

ହିନ୍ଦୁ ମନ୍ଦିରକୁ ଯାଇ ଦର୍ଶନ କଲେ ମୁସଲମାନ ସାଂସଦ, ଜାଣନ୍ତୁ କହିଲେ କ’ଣ?

ପାନାମା ୨୮।୫: ଭାରତୀୟ ସାଂସଦଙ୍କ ପ୍ରତିନିଧି ମଣ୍ଡଳ ଏବେ ବିଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ପାନାମା ପହଞ୍ଚିଥିବା ବେଳେ ପାନାମା ସିଟି ସ୍ଥିତ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ସବୁଠୁ ଖାସ କଥା ଯାହା  ତାହା ହେଉଛି ଏହି ପ୍ରତିନିଧି ମଣ୍ଡଳରେ ମୁସଲମାନ ସାଂସଦ ସରଫରାଜ ଅହମ୍ମଦ ମଧ୍ୟ ସାମିଲ ଥିଲେ ଓ ସେ ଅନ୍ୟ ସାଂସଦଙ୍କ ସହିତ ଦର୍ଶନ ନିମନ୍ତେ ମନ୍ଦିର ଯାଇଥିଲେ। 

ମନ୍ଦିର ଦର୍ଶନ ନିମନ୍ତେ  ସରଫରାଜଙ୍କ ନିଷ୍ପତ୍ତିକୁ ଶଶି ଥରୁର ଉଚ୍ଚ ପ୍ରଶଂସା କରିଛନ୍ତି। ଏ ନେଇ ଥରୁର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଥରୁର ଲେଖିଛନ୍ତି ‘ବହୁଦଳୀୟ ସାଂସଦଙ୍କ ପ୍ରତିନିଧି ଦଳ ପାନାମା ସିଟିରେ ଭାରତୀୟ ସଂସ୍କୃତି କେନ୍ଦ୍ର ଗସ୍ତ କରିଛନ୍ତି  ଓ ସେଠାରେ ସୁନ୍ଦର ମନ୍ଦିରକୁ ଯାଇ ଦର୍ଶନ କରିଛୁ। ତେବେ ଏହା ଦେଖିବା ସବୁଠୁ ଭାବୁକ କ୍ଷଣ ଥିଲା ଯେଉଁଥିରେ ଆମ ସହକର୍ମୀ ସରଫରାଜ ଅହମ୍ମଦ ତାଙ୍କର ହିନ୍ଦୁ ଓ ଶିଖ୍ ସାଥୀଙ୍କ ଗହଣରେ ମନ୍ଦିର ଦର୍ଶନ କରିଛନ୍ତି। ଏଥିରେ ସରଫରାଜ ପରେ କହିଥିଲେ ଯେ ‘ଯଦି ନିମନ୍ତ୍ରଣଦାତାଙ୍କ ଆପତ୍ତି ନାହିଁ ତେବେ ନିମନ୍ତ୍ରିତ ଯିବାକୁ ଆପତ୍ତି କରିବେ କାହିଁକି?’’


 ଜାଣନ୍ତୁ ପ୍ରତିନିଧି ମଣ୍ଡଳରେ କେଉଁମାନେ ଅଛନ୍ତି 

ଏହି ପ୍ରତିନିଧି ମଣ୍ଡଳରେ ସଦସ୍ୟ ରୂପେ ସରଫରାଜ ଅହମ୍ମଦ (ଜେଏମଏମ), ଜି.ଏମ. ହରିଶ ବାଲୟୋଗୀ (ଟିଡିପି), ଶଶାଙ୍କମଣୀ ତ୍ରିପାଠୀ (ବିଜେପି), ଭୁବନେଶ୍ୱର କଲିତା (ବିଜେପି), ତେଜସ୍ୱୀ ସୂର୍ଯ୍ୟା (ବିଜେପି), ମିଲିନ୍ଦ ଦେବରା (ଶିବସେନା) ଓ ଆମେରିକାରେ ଭାରତର ପୂର୍ବତନ କୂଟନୀତିଜ୍ଞ ତରନଜିତ ସିଂହ ସନ୍ଧୁ ପ୍ରମୁଖ ଅଛନ୍ତି। 


ଘେରିଲେ ପାକିସ୍ତାନକୁ 
ପାନାମା ବିଧାନସଭା ଅଧ୍ୟକ୍ଷ ଡାନା କାଷ୍ଟାନେଡାଙ୍କ ସହ ବୈଠକରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ‘ଆମେ ସବୁ ଅଲଗା ଅଲଗା ରାଜୈତିକ ପୃଷ୍ଠ ଭୂମୀ ଓ ଅଲଗା ଅଲଗା ରାଜ୍ୟରୁ ଆସିଛୁ, ହେଲେ ଆମେ ଏକ ଜାତୀୟ ଉଦ୍ଦେଶ୍ୟ ପାଇଁ ଏକଜୁଟ ହୋଇଛୁ। ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେ ଏହା ଦେଖିବାକୁ ଅପେକ୍ଷା କରିଥିଲୁ ପାକିସ୍ତାନ ସରକାର ଏହି ଭୟାନକ ଅପରାଧର ଅପରାଧୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଯେତେବେଳେ ପାକିସ୍ତାନ ସ୍ପଷ୍ଟ ରୂପେ କିଛି କଲା ନାହିଁ ୨ ସପ୍ତାହ ପରେ ଆମେ ପାକିସ୍ତାନ ଭିତରେ ଜ୍ଞାତ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲୁ। ଥରୁର କହିଛନ୍ତି ଯେ ଯୁଦ୍ଧ ଆମର ଅଭିପ୍ରାୟ ନୁହେଁ, ହେଲେ ଆମକୁ ଲାଗିଲା ଆତଙ୍କବାଦ କୃତ୍ୟୁକୁ ଦଣ୍ଡିତ କରିବା ବିନା ଅନ୍ୟ କୌଣସି ଉପାୟ ନାହିଁ’।