ହିନ୍ଦୁ ମନ୍ଦିରରେ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଟ୍ରୁଡୋ

ଓଟାଓ୍ବା,୪।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରକୁ ପୁଣିଥରେ ଖାଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ଉଗ୍ରବାଦୀମାନେ ହିନ୍ଦୁ ଭକ୍ତଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନେଇ ବର୍ତ୍ତମାନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଉଗ୍ରବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଟ୍ରୁଡୋ ଦୃଢ ନିନ୍ଦା କରିଛନ୍ତି। ଧାର୍ମିକ ସ୍ବାଧୀନତାର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ଟ୍ରୁଡୋ କହିଛନ୍ତି ଯେ ପ୍ରତ୍ୟେକ କାନାଡିଆନଙ୍କର ସେମାନଙ୍କର ବିଶ୍ୱାସକୁ ମୁକ୍ତ ଏବଂ ନିରାପଦରେ ଅଭ୍ୟାସ […] The post ହିନ୍ଦୁ ମନ୍ଦିରରେ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଟ୍ରୁଡୋ appeared first on Dharitri Odia News.

ହିନ୍ଦୁ ମନ୍ଦିରରେ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଟ୍ରୁଡୋ

ଓଟାଓ୍ବା,୪।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରକୁ ପୁଣିଥରେ ଖାଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ଉଗ୍ରବାଦୀମାନେ ହିନ୍ଦୁ ଭକ୍ତଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନେଇ ବର୍ତ୍ତମାନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ସାମ୍ନାକୁ ଆସିଛି।
ଉଗ୍ରବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଟ୍ରୁଡୋ ଦୃଢ ନିନ୍ଦା କରିଛନ୍ତି। ଧାର୍ମିକ ସ୍ବାଧୀନତାର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ଟ୍ରୁଡୋ କହିଛନ୍ତି ଯେ ପ୍ରତ୍ୟେକ କାନାଡିଆନଙ୍କର ସେମାନଙ୍କର ବିଶ୍ୱାସକୁ ମୁକ୍ତ ଏବଂ ନିରାପଦରେ ଅଭ୍ୟାସ କରିବାର ଅଧିକାର ଅଛି। ଏକ୍ସରେ ଏକ ପୋଷ୍ଟ ଶେୟାର କରିବାବେଳେ ଟ୍ରୁଡୋ ଲେଖିଛନ୍ତି,
ଆଜି ବ୍ରମ୍ପଟନର ହିନ୍ଦୁ ସଭା ମନ୍ଦିରରେ ଘଟିଥିବା ହିଂସା ଗ୍ରହଣୀୟ ନୁହେଁ। ପ୍ରତ୍ୟେକ କାନାଡିୟଙ୍କର ନିଜ ଧର୍ମକୁ ମୁକ୍ତ ଏବଂ ନିରାପଦରେ ପାଳନ କରିବାର ଅଧିକାର ରହିଛି। ସମ୍ପ୍ରଦାୟର ସୁରକ୍ଷା ପାଇଁ ଏବଂ ଏହି ଘଟଣାର ଅନୁସନ୍ଧାନ ପାଇଁ ଶୀଘ୍ର ପ୍ରତିକ୍ରିୟା ଦେଇଥିବାରୁ ପିଲ ଆଞ୍ଚଳିକ ପୋଲିସକୁ ଧନ୍ୟବାଦ।

The post ହିନ୍ଦୁ ମନ୍ଦିରରେ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଟ୍ରୁଡୋ appeared first on Dharitri Odia News.