ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ କୁ ନେଇ ମୁହଁ ଖୋଲିଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଘନୀଭୂତ ହେଉଥିବା ରାଜନୈତିକ ସଙ୍କଟ ମଧ୍ୟରେ ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ବ୍ୟକ୍ତିଗତ ଫାଇଦା ପାଇଁ ଲୋକମାନେ ଦଳକୁ ବଡ଼ କ୍ଷତି ପହଞ୍ଚାଉଛନ୍ତି। ହିମାଚଳ ରାଜନୀତିରେ ଉତ୍ତେଜନା ଉପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି- “ହିମାଚଳ ପ୍ରଦେଶରୁ ହାରିବା ଅଭିଷେକ ମନୁ ସିଂଘଭିଙ୍କ କ୍ଷତି ନୁହେଁ ବରଂ ଏହାଠାରୁ ବହୁତ ବଡ଼ । ସାମୂହିକ ଉନ୍ନତି ଅପେକ୍ଷା ବ୍ୟକ୍ତିଗତ ଫାଇଦାକୁ ପ୍ରାଥମିକତା ଦେଉଥିବା ଲୋକଙ୍କୁ […]

ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ କୁ ନେଇ ମୁହଁ ଖୋଲିଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଘନୀଭୂତ ହେଉଥିବା ରାଜନୈତିକ ସଙ୍କଟ ମଧ୍ୟରେ ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ବ୍ୟକ୍ତିଗତ ଫାଇଦା ପାଇଁ ଲୋକମାନେ ଦଳକୁ ବଡ଼ କ୍ଷତି ପହଞ୍ଚାଉଛନ୍ତି। ହିମାଚଳ ରାଜନୀତିରେ ଉତ୍ତେଜନା ଉପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି- “ହିମାଚଳ ପ୍ରଦେଶରୁ ହାରିବା ଅଭିଷେକ ମନୁ ସିଂଘଭିଙ୍କ କ୍ଷତି ନୁହେଁ ବରଂ ଏହାଠାରୁ ବହୁତ ବଡ଼ । ସାମୂହିକ ଉନ୍ନତି ଅପେକ୍ଷା ବ୍ୟକ୍ତିଗତ ଫାଇଦାକୁ ପ୍ରାଥମିକତା ଦେଉଥିବା ଲୋକଙ୍କୁ ଦଳରୁ ହଟାଇବାର ଆବଶ୍ୟକତା ରହିଛି। ଏପରି ଲୋକମାନେ ଦଳର ଅସ୍ତିତ୍ୱ ଉପରେ ଗଭୀର କ୍ଷତ ସୃଷ୍ଟି କରନ୍ତି, ସମୟ କ୍ରମେ ଏହି କ୍ଷତ ଭଲ ହୋଇପାରେ କିନ୍ତୁ ମାନସିକ କ୍ଷତ ରହିବ । ତାଙ୍କର ଏହି ସଫଳତା ଜଣେ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ବଡ଼ ଯନ୍ତ୍ରଣା। ସଚ୍ଚୋଟତା କେବଳ ଏକ ବଡ଼ କଥା ନୁହେଁ, ବରଂ ନିଷ୍ଠା ହିଁ ସବୁକିଛି।”

ହିମାଚଳ ପ୍ରଦେଶରୁ ରାଜ୍ୟସଭା ଆସନରେ ମଙ୍ଗଳବାର ୬ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ବୁଧବାର ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।