ଶେଷ ପର୍ଯ୍ୟନ୍ତ ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍‌ କଲେ ଧୋନୀ: ଚେନ୍ନାଇକୁ ୩୫ ରନ୍‌ରେ ହରାଇଲା ଗୁଜରାଟ୍

ଅହମଦାବାଦ: ଶୁକ୍ରବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ର ୫୯ ତମ ମ୍ୟାଚ୍‌ରେ ଗୁଜରାଟ ଚେନ୍ନାଇକୁ ୩୫ ରନ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୩୧ ରନ୍ କରିଥିଲା। ହେଲେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ମାତ୍ର ୧୯୬ ରନ୍ କରିପାରିଛି।ଚେନ୍ନାଇ ପକ୍ଷରୁ ଡିରେଲ୍ ମିଚେଲ୍ ୩୪ ବଲ୍‌ରେ ସର୍ବାଧିକ ୬୩ ରନ୍ କରିଥିବା ବେଳେ ମୋଇନ ଅଲୀ ୩୬ ବଲ୍‌ରେ ୫୬ ରନ୍‌ କରିଥିଲେ। ସେହିପରି ଶେଷ ବେଳକୁ ବଡ଼ ବଡ଼ ଛକ୍କା ମାରି ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍ କରିଥିବା ମହେନ୍ଦ୍ର ସିଂହ ଧୋନୀ ମାତ୍ର ୧୧ ବଲ୍‌ରେ ୨୬ ରନ୍ କରିଥିଲେ। ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ହେଲେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ କିନ୍ତୁ ସୁପର ଶୋ ଦେଖାଇ ଥିଲା। ଦଳର ଦୁଇ ଓପନର ଶୁଭମନ ଗିଲ୍‌ ଓ ସାଇସୁଦର୍ଶନଙ୍କ ଶତକ ବଳରେ ଗୁଜରାଟ ଚେନ୍ନାଇକୁ ୨୩୧ ରନ୍ ଟାର୍ଗେଟ୍ ଦେଇଥିଲା। ଚେଜ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରର ଶେଷ ବଲ୍‌ରେ ରଚିନ ରବିନ୍ଦ୍ରନଙ୍କ ୱିକେଟ୍ ଯାଇଥିଲା। ପୁଣି ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ଯାଇଥିବା ବେଳେ ପଞ୍ଚମ ବଲ୍‌ରେ ଋତୁରାଜ ଗାଏକ୍ୱାଡ଼ ଆଉଟ୍ ହୋଇଥିଲେ। ୩ ଓଭର ବେଳକୁ ଚେନ୍ନାଇ ୩ଟି ହମତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସାରିଥିଲା।ଏହାପରେ ଡିରେଲ ମିଚେଲ

ଶେଷ ପର୍ଯ୍ୟନ୍ତ ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍‌ କଲେ ଧୋନୀ: ଚେନ୍ନାଇକୁ ୩୫ ରନ୍‌ରେ ହରାଇଲା ଗୁଜରାଟ୍

ଅହମଦାବାଦ: ଶୁକ୍ରବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ର ୫୯ ତମ ମ୍ୟାଚ୍‌ରେ ଗୁଜରାଟ ଚେନ୍ନାଇକୁ ୩୫ ରନ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୩୧ ରନ୍ କରିଥିଲା। ହେଲେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ମାତ୍ର ୧୯୬ ରନ୍ କରିପାରିଛି।

ଚେନ୍ନାଇ ପକ୍ଷରୁ ଡିରେଲ୍ ମିଚେଲ୍ ୩୪ ବଲ୍‌ରେ ସର୍ବାଧିକ ୬୩ ରନ୍ କରିଥିବା ବେଳେ ମୋଇନ ଅଲୀ ୩୬ ବଲ୍‌ରେ ୫୬ ରନ୍‌ କରିଥିଲେ। ସେହିପରି ଶେଷ ବେଳକୁ ବଡ଼ ବଡ଼ ଛକ୍କା ମାରି ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍ କରିଥିବା ମହେନ୍ଦ୍ର ସିଂହ ଧୋନୀ ମାତ୍ର ୧୧ ବଲ୍‌ରେ ୨୬ ରନ୍ କରିଥିଲେ। 

ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ହେଲେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ କିନ୍ତୁ ସୁପର ଶୋ ଦେଖାଇ ଥିଲା। ଦଳର ଦୁଇ ଓପନର ଶୁଭମନ ଗିଲ୍‌ ଓ ସାଇସୁଦର୍ଶନଙ୍କ ଶତକ ବଳରେ ଗୁଜରାଟ ଚେନ୍ନାଇକୁ ୨୩୧ ରନ୍ ଟାର୍ଗେଟ୍ ଦେଇଥିଲା। ଚେଜ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରର ଶେଷ ବଲ୍‌ରେ ରଚିନ ରବିନ୍ଦ୍ରନଙ୍କ ୱିକେଟ୍ ଯାଇଥିଲା। ପୁଣି ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ଯାଇଥିବା ବେଳେ ପଞ୍ଚମ ବଲ୍‌ରେ ଋତୁରାଜ ଗାଏକ୍ୱାଡ଼ ଆଉଟ୍ ହୋଇଥିଲେ। ୩ ଓଭର ବେଳକୁ ଚେନ୍ନାଇ ୩ଟି ହମତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସାରିଥିଲା।

ଏହାପରେ ଡିରେଲ ମିଚେଲ ଓ ମୋଇନ ଅଲ୍ଲୀ ଦୁହେଁ ମିଶି ଦଳର ସ୍କୋର୍‌କୁ ଆଗକୁ ନେଇଥିଲେ। ଦୁହେଁ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ଚେନ୍ନାଇର ମ୍ୟାଚ୍ ଜିତିବାର ସମ୍ଭାବନା ଥିଲା। ହେଲେ ୧୨ ଓଭର ବୋଲିଂ କରିବାକୁ ଆସିଥିବା ମୋହିତ ଶର୍ମା ଦଳକୁ ଶକ୍ତ ଝଟ୍‌କା ଦେଇଥିଲେ। ସେ ମିଚେଲ୍‌ଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ। ଏହାପରେ ୧୪ ଓଭରରେ ମୋଇନ ଅଲି ମଧ୍ୟ ମୋହିତ ଶର୍ମାଙ୍କ ଶିକାର ହୋଇଥିଲେ। ଏହାପରେ ଶିବମ ଦୁବେ ଆସି କିଛି ସମୟ ପାଇଁ ବଡ଼ ବଡ଼ ଶଟ୍ ଖେଳିଥିଲେ ମଧ୍ୟ ସେ ୧୩ ବଲ୍‌ରେ ମାତ୍ର ୨୧ ରନ୍ କରି ଆଉଟ୍ ହୋଇଥିଲେ। 

ଏହାପରେ ରବିନ୍ଦ୍ର ଜାଡ଼େଜା( ୧୮ ରନ୍) ଓ ମିଚେଲ ସାଣ୍ଟନର(୦) ଆଉଟ୍ ହୋଯାଇଥିଲେ। ତେବେ ମହେନ୍ଦ୍ର ସିଂହ ଧୋନୀ ଶେଷ ପର୍ଯ୍ୟନ୍ତ ରହି ବଡ଼ ବଡ଼ ଶଟ୍ ଖେଳି ଫ୍ୟାନ୍‌ଙ୍କୁ ଉତ୍ସାହିତ କରିଥିଲେ। ହେଲେ ଟିମ୍‌କୁ ମ୍ୟାଚ୍ ଜିତାଇପାରି ନଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ରନ୍ ୨୯୬ ରନ୍‌ ହିଁ କରିପାରିଥିଲା। ମହେନ୍ଦ୍ର ସିଂହ ଧୋନୀ ୨୬ ରନ୍ କରିଥିବା ବେଳେ ଶାର୍ଦୁଲ ଠାକୁର ୩ ରନ୍ କରି ନଟ୍‌ ଆଉଟ୍ ରହିଥିଲେ।

ଅନ୍ୟପଟେ ବ୍ୟାଟିଂ ପରି ବୋଲିଂରେ ବି ଜବରଦସ୍ତ ପ୍ରଦର୍ଶନ କରିଥିଲା ଗୁଜରାଟ ଟାଇଟନ୍ସ। ଦଳ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୩ ଟି ମୂଲ୍ୟବାନ ୱିକେଟ୍ ନେଇ ଚେନ୍ନାଇର କମର ଭାଙ୍ଗି ଦେଇଥିବା ବେଳେ ସ୍ପିନର ରଶିଦ ଖାନ୍ ୨ ୱିକେଟ୍ ନେଇଥିଲେ। ସେହିପରି ଉମେଶ ଯାଦବ ଓ ସନ୍ଦୀପ ୱାରିଅର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।