ରାସ୍ତାରେ ପନିପରିବା ରଖି ଚାଷୀଙ୍କ ଆନ୍ଦୋଳନ
ହିଞ୍ଜିଳିକାଟୁ,୩ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷୀଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଉଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଶତାଧିକ ଚାଷୀ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକଠାରୁ ତରାତାରିଣୀ ରୋଡ଼ ରାଜ୍ୟ ରାଜପଥ ରାସ୍ତାରେ ପନିପରିବା ରଖି ଅବରୋଧ କରିଛନ୍ତି। ଫଳରେ କିଛି ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀଙ୍କ ଅଭିଯୋଗ ହେଉଛି, ପନିପରିବା […] The post ରାସ୍ତାରେ ପନିପରିବା ରଖି ଚାଷୀଙ୍କ ଆନ୍ଦୋଳନ appeared first on Dharitri Odia News.
ହିଞ୍ଜିଳିକାଟୁ,୩ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷୀଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଉଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଶତାଧିକ ଚାଷୀ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକଠାରୁ ତରାତାରିଣୀ ରୋଡ଼ ରାଜ୍ୟ ରାଜପଥ ରାସ୍ତାରେ ପନିପରିବା ରଖି ଅବରୋଧ କରିଛନ୍ତି। ଫଳରେ କିଛି ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀଙ୍କ ଅଭିଯୋଗ ହେଉଛି, ପନିପରିବା ବଜାର ଗୃହ ମାଲିକମାନେ ବଜାର ଗୃହଠାରୁ ୧୫ ଫୁଟ ଆଗକୁ ଆସି ବିକ୍ରି କରୁଛନ୍ତି । ଫଳରେ ଚାଷୀମାନଙ୍କୁ ରାସ୍ତାରେ ବିକ୍ରି କରୁଛନ୍ତି । ରାସ୍ତା ଉପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ପୋଲିସ ନିରୀହ ଚାଷୀମାନଙ୍କୁ ନାଲି ଆଖି ଦେଖାଇବା ସହ ଚାଷୀଙ୍କ କୁଣ୍ଡିକୁ ହଟାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ବଜାର ଉପରେ ଅବ୍ୟବସ୍ଥାକୁ ନେଇ କିଛିଦିନ ତଳେ ଚାଷୀମାନେ ହିଞ୍ଜିଳିକାଟୁ ପୌରପରିଷଦ ଘେରାଉ କରିଥିଲେ। ତଥାପି ସମସ୍ୟାର ସମାଧାନ ନହେବାରୁ ସେମାନେ ବୁଧବାର ପୋଲିସର କାର୍ଯ୍ୟାନୁଷ୍ଠାନ ଦେଖି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ରାସ୍ତା ଅବରୋଧ କରିଥିଲେ। ହିଞ୍ଜିଳି ଥାନାର ଏସ୍ଆଇ ସୁରେଶ କୁମାର ସାହୁ ଓ ଏଏସ୍ଆଇ ସୁବାସ ଚନ୍ଦ୍ର ମିଶ୍ର ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।
The post ରାସ୍ତାରେ ପନିପରିବା ରଖି ଚାଷୀଙ୍କ ଆନ୍ଦୋଳନ appeared first on Dharitri Odia News.